ଦେଶରେ ଗତ ୨୪ ଘଣ୍ଟାରେ ୬୧ ହଜାର ୮୭୧ ନୂଆ ମାମଲା ଚିହ୍ନଟ, ୧୦୩୩ ମୃତ

ଦେଶରେ କମି ଚାଲିଛି କରୋନା ସଂକ୍ରମିତ ସଂଖ୍ୟା । ରବିବାର ଅର୍ଥାତ ଗତ ୨୪ ଘଣ୍ଟା ଭିତରେ ୬୧ ହଜାର ୮୭୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦୩୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ସଂକ୍ରାମିତଙ୍କ ସଂଖ୍ୟା ୭୫ ଲକ୍ଷ ପାଖାପାଖି ପହଂଚିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ୭୪ ଲକ୍ଷ ୯୪ ହଜାର ୫୫୨ ଛୁଇଁଛି । ଯେବେକି ମୃତକ ସଂଖ୍ୟା ୧ ଲକ୍ଷ ୧୪ ହଜାର ୦୩୧ରେ ପହଂଚିଛି ।

ଖୁସିର କଥା ଯେ, ଯଦି କିଛି ଦିନର ତଥ୍ୟକୁ ଦେଖାଯାଏ ତେବେ ଜଣାଯିବକି ଦେଶରେ ସୁସ୍ଥତା ହାର ବି ବଢି ବଢି ଚାଲିଛି । ସକ୍ରିୟ ମାମଲା ସଂଖ୍ୟା ବି କମି କମି ଚାଲିଛି । ଏଯାବତ ଦେଶବ୍ୟାପୀ ୭ ଲକ୍ଷ ୮୩ ହଜାର ୩୧୧ ଟି ସକ୍ରିୟ ମାମଲା ରହିଛି । ଯାହାକି ନିଶ୍ଚିନ୍ତ ରୂପେ ଏକ ଶୁଭ ସଂକେତ । ରିପୋର୍ଟ ଅନୁଯାୟୀ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ବି ୬୫ ଲକ୍ଷ ୯୭ ହଜାର ୨୧୦ ଛୁଇଁଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.