Below header

ସୁଖୋଇ-୩୦ ଏମକେଆଇର ଆଧୁନିକୀକରଣ ପାଇଁ ଋଷିଆକୁ କହିଲା ଭାରତ

ନୂଆଦିଲ୍ଲୀ : ଭାରତର ମୁଖ୍ୟ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ମଲ୍ଟିରୋଲ ଏୟାରକ୍ରାଫ୍ଟକୁ ଆହୁରି ବିକଶିତ ହେବ । ଏନେଇ ଋଷିଆକୁ କହିଛି ଭାରତ । ପୂର୍ବରୁ ଋଷିଆ ନିଜର ଯୁଦ୍ଧ ବିମାନ ମିଗ-୨୧,ମିଗ-୨୭ ଓ ମିଗ-୨୯ର ଆଧୁନିକୀକରଣ କରିଥିଲା । ଏଥିରେ ଭାରତୀୟ ବାୟୁସେନା ସନ୍ତୁଷ୍ଟ ଅଛି ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ବିଏସ ଧାନୋଆ । ଏବେ ସୁଖୋଇ-୩୦ ଏମକେଆଇର ଆଧୁନିକୀକରଣ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି । ଭାରତ ସହ ମିଶି ୫ମ ପିଢିର ସୁଖୋଇ-୫୭ ବିମାନକୁ ଆହୁରି ବିକଶିତ କରିବାକୁ ଋଷିଆ ପ୍ରସ୍ତାବ ଦେଇଛି । ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଏହି ଦୁଇଦେଶର ଏୟାରଫୋର୍ସରେ ମୁଖ୍ୟ ବିମାନଭାବେ କାମ କରିପାରିବ । ସୁଖୋଇ-୫୭ର କେତେକ ସ୍ୱତନ୍ତ୍ର ସାମରିକ କ୍ଷମତା ରହିଛି ଯାହାକି ଅନ୍ୟ ବିମାନରେ ନାହିଁ ବୋଲି ଋଷିଆର ଜାତୀୟ ସାମରିକ ଓ ପ୍ରଯୁକ୍ତିଗତ ସହଯୋଗିତା ସଂସ୍ଥାର ଉପ-ନିର୍ଦ୍ଦେଶକ ଭ୍ଲାଦିମିର ଡ୍ରୋଜୋଭ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.