ସରକାରଙ୍କ ନିର୍ଦ୍ଦେଶ : ଫ୍ଲାଟ୍ ମାଲିକଙ୍କୁ ଏବେ ଏହି ସର୍ଭିସ ପାଇଁ ଦେବାକୁ ହେବ GST

ଯଦି ଆପଣ ଫ୍ଲାର୍ଟରେ ରହୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। କାରଣ ସରକାରଙ୍କ ତରଫରୁ ଜାରୀ କରାଯାଇଥିବା ବୟାନରେ କୁହାଯାଇଥିବା ରେଜିଷ୍ଟର୍ଡ ୱେଲଫାୟାର ଆସୋସିଏସନକୁ ୭,୫୦୦ ଟଙ୍କାରୁ ଅଧିକ ମାସିକ ମେଣ୍ଟେନାନ୍ସ ଶୁଳ୍କ ଦେବା ପାଇଁ ଫ୍ଲାଟ ମାଲିକଙ୍କୁ ଏବେ ୧୮ ପ୍ରତିଶତ ଜିଏସଟି ମଧ୍ୟ ଦେବାକୁ ହେବ। ଅର୍ଥ ମନ୍ତ୍ରାଳୟଙ୍କ କହିବାନୁଯାୟୀ ଯଦି ଏହି ଶୁଳ୍କ ୭,୫୦୦ ଟଙ୍କାରୁ ଅଧିକ ହୋଇଥାଏ ତେବେ ସମ୍ପୂର୍ଣ୍ଣ ରାଶିରେ ଜିଏସଟି ଲାଗିବ।

ସେହିଭଳି କୌଣସି ବ୍ୟକ୍ତି ହାଉସିଂ ସୋସାଇଟି ବା ଆବାସୀୟ ପରିସରରେ ଦୁଇ କିମ୍ବା ଅଧିକ ଫ୍ଲାଟ ଅଛି ତେବେ ୭,୫୦୦ ଟଙ୍କା ପ୍ରତି ଫ୍ଲାଟ୍ ପିଛା ହେବ। ସହଜ ଶବ୍ଦରେ କହିବାକୁ ଗଲେ ଦୁଇଟି ଫ୍ଲାଟ ଥିବା ବ୍ୟକ୍ତି ୭,୫୦୦+୭,୫୦୦ ମୋଟ ୧୫,୦୦୦ ଟଙ୍କା ମାସିକ ମେଣ୍ଟେନାନ୍ସ ଶୁଳ୍କ ଦେବାକୁ ହେବ ତେବେ ସମସ୍ତ ଫ୍ଲାଟ ହିସାବରେ କୌଣସି ଜିଏସଟି ଦେବାକୁ ହେବ ନାହିଁ।

tax

ଅର୍ଥ ମନ୍ତ୍ରାଳୟ ସୋମବାର କହିଛନ୍ତି ଯେ ମେଣ୍ଟେନାନ୍ସ ରାଶି ପ୍ରତି ସଦସ୍ୟ ୭,୫୦୦ ଟଙ୍କାରୁ ଅଧିକ ହେବା ପରେ ନିଜ ଫିଲ୍ଡ କାର୍ଯ୍ୟାଳୟ ପାଇଁ ସର୍କୁଲାର ଜାରୀ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି ଯେ ମାସିକ ମେଣ୍ଟେନାନ୍ସ ଶୁଳ୍କରେ ଜିଏସଟି ଉପରେ ରିହାତି ସେହି ସ୍ଥିତିରେ ମିଳିବ ଯାହା ପ୍ରତି ସଦସ୍ୟ ୭,୫୦୦ ଟଙ୍କାରୁ କମ୍ ହେବ।

ଏହା ସହ ପଢ଼ନ୍ତୁ : ଇଲେକଟ୍ରିକ ଗାଡି କିଣିଲେ ଦେବାକୁ ପଡିବନି ରୋଡ୍ ଟ୍ୟାକ୍ସ, କେନ୍ଦ୍ର ସରକାର ଲେଖିଲେ ରାଜ୍ୟକୁ ଚିଠି

ନୂଆ ନିୟମ ଅନୁସାରେ ଯଦି ପ୍ରତି ଫ୍ଲାଟ ମାସିକ ଶୁକ୍ଳ ୭,୫୦୦ ଟଙ୍କାରୁ ଅଧିକ ହୋଇଥାଏ ତେବେ ଆରଡବ୍ଲ୍ୟୁଏ ବର୍ଷକୁ ବ୍ୟବସାୟ ୨୦ ଲକ୍ଷରୁ ଅଧିକ ହୋଇଥାଏ ତେବେ ଆରଡବ୍ଲ୍ୟୁଏକୁ ନିଜ ସଦସ୍ୟଙ୍କ ଠାରୁ ଜିଏସଟିର ସଂଗ୍ରହ କରିବାକୁ ହେବ।

Leave A Reply

Your email address will not be published.