ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ମଧ୍ୟରେ ଭାରତ ଅଷ୍ଟମ ସ୍ଥାନରେ! ତୃତୀୟରେ ପାକିସ୍ତାନ; ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ
ବାୟୁ ପ୍ରଦୂଷଣ ଯୋଗୁ ଭାରତକୁ ୧୫୦ ବିଲିୟନ ଡଲାରର କ୍ଷତି ଅନୁମାନ କରାଯାଇଛି। ଭାରତରେ ବାୟୁ ପ୍ରଦୂଷଣର ସବୁଠାରୁ ବଡ଼ କାରକ ହେଉଛି ପରିବହନ ସେକ୍ଟର, ଯାହାକି ମୋଟ ପ୍ରଦୂଷଣର ୨୦-୩୫ ପ୍ରତିଶତ ପ୍ରଦୂଷଣ କରୁଛି।

ଭାରତରେ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ମଧ୍ୟରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ଭାରତୀୟ ସହରଗୁଡିକରେ ହାରାହାରି ପର୍ଟିକୁଲେଟ୍ ମ୍ୟାଟର (କଣିକା ପଦାର୍ଥ) ୨.୫, ୫୩.୩ ମାଇକ୍ରୋଗ୍ରାମ୍ ବୋଲି ଜଣାପଡିଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିରାପଦ ସୀମାଠାରୁ ୧୦ ଗୁଣ ଅଧିକ।
କହି ରଖୁଛୁ, ସ୍ୱିଜରଲ୍ୟାଣ୍ଡ ଫାର୍ମ ‘ଆଇକ୍ୟୁ ଏୟାର’ ମଙ୍ଗଳବାର ‘ଓ୍ଵାର୍ଲ୍ଡ ଏୟାର କ୍ୱାଲିଟି ରିପୋର୍ଟ’ ନାମରେ ନିଜର ଏକ ରିପୋର୍ଟ ଜାରି କରିଛି। ବିଶ୍ୱର ୧୩୧ ଦେଶର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
‘ଓ୍ଵାର୍ଲ୍ଡ ଏୟାର କ୍ୱାଲିଟି ରିପୋର୍ଟ’ ଅନୁସାରେ, ଦୁନିଆର ସବୁଠାରୁ ପ୍ରଦୂଷିତ ଦେଶ ହେଉଛି ଚାଡ। ଏଠାରେ ହାରାହାରି ବାୟୁ ପ୍ରଦୂଷଣ ପିଏମ୍ ୨.୫ ସ୍ତରରେ ୮୯.୭ ବୋଲି ଜଣାପଡିଛି। ଇରାକ ହେଉଛି ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ଦେଶ। ଏହାପରେ ତୃତୀୟ ନମ୍ବରରେ ରହିଛି ପାକିସ୍ତାନର ନାମ ଏବଂ ବାହାରିନ୍ ଚତୁର୍ଥ ସ୍ଥାନରେ ଅଛି। ଏହି ତାଲିକାରେ ଭାରତ ଅଷ୍ଟମ ସ୍ଥାନରେ ରହିଛି।