Below header

ଦେଶରେ କମୁଛି କରୋନା ପ୍ରାଦୁର୍ଭାବ, ଗତ ୨୪ ଘଣ୍ଟାରେ ୪୮ ହଜାର ୨୬୮ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦୈନିକ କରୋନା ସଂକ୍ରମିତ ସଂଖ୍ୟା ପୁଣି ଥରେ ହ୍ରାସ ପାଇଥିବା ନେଇ ନଜର ଆସିଛି । ଗତ ୨୪ ଘଣ୍ଟାରେ ୪୮୨୬୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ପୂର୍ବଦିନ ଏହି ସଂଖ୍ୟା ୪୮୬୪୮ ଥିଲା । ସେପଟେ କରୋନା ଆକ୍ରାନ୍ତ ସଂଖ୍ୟ ବୃଦ୍ଧି ପାଇ ୮୧ ଲକ୍ଷ ୩୭ ହଜାର ୧୧୯ ରେ ପହଂଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮ ହଜାର ୨୬୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୬୪୧ ଛୁଇଁଛି ।

କିନ୍ତୁ ଖୁସିର କଥାକି ଗୋଟେ ପଟରେ ସଂକ୍ରମିତ ସଂଖ୍ୟା କମି କମି ଚାଲିଥିବା ବେଳେ ସୁସ୍ଥ ସଂଖ୍ୟା ବଢି ବଢି ଚାଲିଛି । ମୋଟ ରୂପରେ ଦେଖିଲେ ୭୪ ଲକ୍ଷରେ ପହଂଚିଛି ସୁସ୍ଥ ସଂଖ୍ୟା । ଦେଖିବାକୁ ଗଲେ ୭୪ ଲକ୍ଷ ୩୨ ହଜାର ୮୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେବେକି ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୪୫୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଆଉ ଏକ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ୫ ଲକ୍ଷ ୮୨ ହଜାର ୬୪୯ଟି ସକ୍ରିୟ ମାମଲା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.