Below header

ବିଶ୍ୱର ୮୩ଟି ରାଷ୍ଟ୍ରରେ କାୟା ବିସ୍ତାର କରୁଛି କରୋନା, ଏହି ଭାଇରସ୍‌ରୁ ମୁକୁଳିବା ପାଇଁ ଭାରତ ସରକାରଙ୍କ ଯୋରଦାର ପ୍ରୟାସ ଜାରି

ନୂଆଦିଲ୍ଲୀ: ବିଶ୍ୱର ୮୩ଟି ରାଷ୍ଟ୍ରରେ କାୟା ବିସ୍ତାର କରୁଛି କରୋନା । ଭାରତରେ ମଧ୍ୟ କରୋନା ଆତଙ୍କ ସୃଷ୍ଟି କରିଛି । ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରାଯାଉଛି । କରୋନା ଭାଇରସ୍‌ର ମୁକାବିଲା ପାଇଁ ଦେଶରେ ୧୫ଟି ଲାବ୍‌ର ବ୍ୟବସ୍ଥା ଥିବା ବେଳେ ଅନ୍ୟ ୧୯ଟି ଲାବ୍‌ ଖୁବ୍‌ ଶୀଘ୍ର ପ୍ରସ୍ତୁତ ହୋଇଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହା ବାଦ୍‌ ଦିଲ୍ଲୀ ସରକାର ପାଖାପାଖି ୨୫ଟି ହସ୍ପିଟାଲକୁ ଆଲର୍ଟରେ ରଖିଛନ୍ତି । ଏଠାରେ ୨୫୦ରୁ ଅଧିକ ବେଡ୍‌ କରୋନା ପୀଡିତଙ୍କ ପାଇଁ ରିଜର୍ଭ ରଖାଯାଇଛି । କରୋନା ଭାଇରସ୍‌ରୁ ମୁକୁଳିବା ପାଇଁ ଦିଲ୍ଲୀ ସରକାର ଏକ ଟାକ୍ସଫୋର୍ସ ଗଠନ କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ କେରଳର ତିନି ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଦେଶରେ ଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଇଟାଲୀ ପର୍ଯ୍ୟଟକ । ସେମାନେ ରହୁଥିବା ହୋଟେଲ ଓ ଅନ୍ୟ କେତେକ ସ୍ଥାନରେ ଯାଞ୍ଚ କରାଯାଉଛି ।

Coronavirusସେପଟେ କରୋନ ମୁକାବିଲା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ପିଲାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନାରେ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ୯୦ ହଜାରରୁ ଅଧିକ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.