ଭାରତରେ ଲଞ୍ଚ ହେଲା Tik Tokର ନୂଆ ମ୍ୟୁଜିକ ଆପ Resso, ଗ୍ରାହକଙ୍କୁ ମିଳିବ ଏହି ସବୁ ସୁବିଧା

ଭାରତରେ ଟିକ୍ୱ ଟକ ହେଉଛି ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ ଆପ । ନିଜ ଆପକୁ ଅଧିକ ରୁ ଅଧିକ ଲୋକପ୍ରିୟ କରିବା ପାଇଁ ଟିକ୍ୱ ଟକର ମୂଳ କମ୍ପାନୀ ‘ବାଇଟଡାନ୍ସ’ ସମୟ ସମୟରେ ନୂଆ ନୂଆ ଫିଚର ମାନ ବଜାରରେ ଲଞ୍ଚ କରିଛି । ନିକଟରେ ହିଁ ଏହି କମ୍ପାନୀ ଭାରତରେ ନିଜର ଏକ ନୂଆ ମ୍ୟୁଜିକ ଆପ Resso ଲଂଚ କରିଛି । ବାଇଟଡାନ୍ସ କମ୍ପାନୀର Resso ମ୍ୟୁଜିକ ଆପର ମୁକାବିଲା ଜିଓ ମ୍ୟୁଜିକ, ଗାନା, ଷ୍ପଟିଫିଆ ଭଳି ମ୍ୟୁଜିକ ଆପ ସହିତ ହେବ ।

resso

ଲଞ୍ଚ ହୋଇଥିବା ରେସର ବିଶେଷତା ହେଉଛି ଏଥିରେ ଗୀତ ଶୁଣିବା ବ୍ୟତୀତ ଆପଣ ନିଜେ ବି ଗୀତ ଗାଇ ପାରିବେ । ଗାଇବା ପାଇଁ ଆପଣଙ୍କୁ ଅନେକ ପ୍ରକାର ମ୍ୟୁଜିକ ଟ୍ରାକ ଓ ଲିରିକ୍ସ ଦେଖାଯିବାର ସୁବିଧା ମିଳିପାରିବ । ଏହି ଆପରେ ଆପଣ ନିଜ କଣ୍ଟେଣ୍ଟ ବି ସେୟାର କରିପାରିବେ ଓ କମେନ୍ଟ ବି ଦେଇପାରିବେ । ଏହି ଆପ ଜରିଆରେ ଲିରିକ୍ସ ଫୋନ ଡିଷ୍ପ୍ଲେରେ ଦେଖାଯିବ । ଯାହା ସାହାଯ୍ୟରେ ୟୁଜର ମାନେ ସହଜରେ ଗୀତ ଗାଇ ପାରିବେ । କହି ରଖିବା ଉଚିତ ହେବକି, ଏଯାବତ କୌଣସି ଆପରେ ଲିରିକ୍ସର ସୁବିଧା ଦିଆଯାଇନାହିଁ ।

ଏଥିରେ ଜିମ, ରିଲାକ୍ସ ପରି ଅନେକ ସୁବିଧା ମଧ୍ୟ ଦିଆଯାଇଛି । ଏମିତିରେ ତ Resso ଆପ ମାଗଣାରେ ବ୍ୟବହାର କରାଯାଇପାରିବ । କିନ୍ତୁ କିଛି ସ୍ପେଶାଲ ସୁବିଧା ପାଇଁ ଆପଣଙ୍କୁ ପଇସା ପୈଠ କରିବାକୁ ହେବ । ଗ୍ରାହକଙ୍କୁ ନିଜ ଆଣ୍ଡ୍ରଏଡ଼ ଫୋନ ପାଇଁ ମାସିକ ୯୯ ଟଙ୍କା ଓ ଆଇଫୋନ ପାଇଁ ୧୯୯ ଟଙ୍କା ଦେବାକୁ ପଡିବ । ପେଡ ସର୍ଭିସ ନେଲେ ୟୁଜର୍ସଙ୍କୁ ମ୍ୟୁଜିକ ଡାଉନଲୋଡ଼ ସହ ହାଇ କ୍ୱାଲିଟି ଅଡିଓ ପରି ସୁବିଧା ପାଇପାରିବେ । ସୂଚନା ମୁତାବକ ଏହି ଆପକୁ ଏବେ ପର୍ଯ୍ୟନ୍ତ ୫ ଲକ୍ଷ ଲୋକ ଡାଉନ ଲୋଡ଼ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.