ଦେଶରେ କମୁଛି ସଂକ୍ରମିତ ଓ ସୁସ୍ଥତା ହାର ମଧ୍ୟରେ ଦୂରତା, ୨୪ ଘଣ୍ଟାରେ ୮୦ ହଜାର ୪୭୨ ନୂଆ ମାମଲା ଚିହ୍ନଟ, ୧୧୭୯ ମୃତ

ଗୋଟେ ପଟରେ ଭାରତରେ କରୋନା ଭାଇରସ ମାମଲା ବଢିଚାଲିଥିବା ବେଳେ ସେହି ଅନୁସାରେ ବଢୁଥିବା ସୁସ୍ଥତା ହାର କିଛିଟା ଆଶ୍ବସ୍ତି ଆଣିଛି ।କରୋନା ସଂକ୍ରମିତ ଓ ଏଥିରୁ ସୁସ୍ଥତା ଲାଭ କରିଥିବା ରୋଗୀଙ୍କ ସଂଖ୍ୟାରେ ଦୂରତା ଧୀରେ ଧୀରେ କମିବାରେ ଲାଗିଛି । ଏଯାବତ ଦେଶରେ ୯
ଲକ୍ଷ ସକ୍ରିୟ ମାମଲା ଥିବା ବେଳେ ୫୧ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ବୁଧବାର ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୬୨ ଲକ୍ଷ ପାର ହୋଇଛି । ଯେବେକି ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ପ୍ରାନ୍ତରୁ ୮୦ ହଜାର ୪୭୨ ନୂଆ ମାମଲା ଚିହ୍ନଟ ହୋଇଛି ।
ଯେବେକି ୧୧୭୯ ଜଣ ସଂକ୍ରମିତ ହୋଇ ଜୀବନ ହାରିଛନ୍ତି । ତଥ୍ୟ ଅନୁଯାୟୀ, ମୋଟ ରୂପରେ ଦେଖିବାକୁ ଗଲେ ଦେଶରେ ଏଯାବତ ୬୨ ଲକ୍ଷ ୨୫ ହଜାର ୭୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ୯ ଲକ୍ଷ ୪୦ ହଜାର ୪୪୧ ସକ୍ରିୟ ମାମଲା ରହିଛି । ଯେବେକି ୫୧,୮୭,୮୨୬ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏଭିତରେ ୯୭ ହଜାର ୪୯୭ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ ।