ଜନ୍ମ ହେଉ ହେଉ ବାଛୁରୀକୁ ଗିଳିଦେଲା ଅଜଗର, ଆଉ ତାପରେ..

ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି, ଏଠାରେ ଏକ ଅଜଗର 18 ଫୁଟ ଉଚ୍ଚତା ବିଶିଷ୍ଟ ନବଜାତ ବାଛୁରୀକୁ ଗିଳି ଦେଇଛି । ତେବେ ରବିବାର ସନ୍ଧ୍ୟାରେ ଏହି ଅଜଗରଟି ନବଜାତ ବାଛୁରୀକୁ ଗିଳିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଏହି ଦୃଶ୍ୟକୁ ଦେଖିଥିଲେ । ଏହାପରେ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା କିନ୍ତୁ ବାଁ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ଉକ୍ତ ଅଜଗର ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲା ।

ବନ ଅଧିକାରୀଙ୍କ କହିବା ଅନୁଯାୟୀ ଏହା ଏକ ରକ ପାଇଥନ୍ ଥିଲା ଏବଂ ବାଛୁରୀକୁ ଗିଳିବା ପରେ ତା’ର ଶରୀରର ମଧ୍ୟଭାଗ ଫୁଲି ଯାଇଥିଲା, ତେଣୁ ତାକୁ ଏହାକୁ ହଜମ କରିବାରେ ବହୁତ ଅସୁବିଧା ହୋଇଥିବ । ସେ ଆହୁରି କହିଥିଲେ ଯେ ଆମେ ଅନେକ ଭିଡିଓରେ ସାପକୁ ଠେକୁଆ କିମ୍ବା ମୂଷା ଗିଳିଥିବାର ଦେଖିଛୁ, କିନ୍ତୁ ଅଜଗର ବାଛୁରୀ ଗିଳିବାର ଘଟଣା ବିରଳ ଅଟେ ।

ଭାରତୀୟ ଅଜଗରକୁ ରେଡ୍ ତାଲିକାରେ ଏକ ବିପଦପୂର୍ଣ୍ଣ ପ୍ରଜାତି ଭାବରେ ବର୍ଗୀକୃତ ହୋଇଛି । ଏହି ତାଲିକା ଏହା ମଧ୍ୟ ସୂଚିତ କରେ ଯେ ଏମାନେ ଶୀଘ୍ର ବିଲୁପ୍ତ ହୋଇପାରନ୍ତି । ଏହି ପ୍ରଜାତିର ଅଜଗର ପ୍ରାୟ 20 ଫୁଟ ପର୍ଯ୍ୟନ୍ତ ବଢିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.