Below header

କରୋନା ଅପଡେଟ: ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୯ ହଜାର ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ, ୯୭୭ ମୃତ

ନୂଆଦିଲ୍ଲୀ: ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି ।  ଗୁରୁବାର  ଅର୍ଥାତ ଆଜି ସର୍ବାଧିକ ୬୯,୬୫୨ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୨୮ ଲକ୍ଷ ୩୬ ହଜାରରେ ପହଂଚିଛି । କିନ୍ତୁ ଖୁସିର କଥା ଯେ, ଦେଶରେ ସୁସ୍ଥ ସଂଖ୍ୟା ୨୧ ଲକ୍ଷରେ ପହଂଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ୯୭୭ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ଯେବେକି ମୃତ୍ୟୁ ସଂଖ୍ୟା ୫୩୮୬୬ରେ ପହଂଚିଛି। ମୋଟ ଭାବରେ ଦେଖିବାକୁ ଗଲେ ସଂକ୍ରମିତ ସଂଖ୍ୟା ୨୮,୩୬,୯୧୬ରେ ପହଂଚିଛି । ଯାହା ମଧ୍ୟରୁ ୬ ଲକ୍ଷ ୮୬ ହଜାର ୩୯୫ ଜଣଙ୍କ ଉପଚାର ଚାଲିଛି ।

ଏହା ମଧ୍ୟରୁ ଦେଶର ୨୦ ଲକ୍ଷ ୯୬ହଜାର ୬୬୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ସଂସ୍ଥାନ ବା ଆଇସିଏମଆର ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଅଗଷ୍ଟ ୧୯ ସୁଦ୍ଧା ୩ କୋଟି ୨୬ ଲକ୍ଷ ୬୧ ହଜାର ୨୫୨ ନମୁନା ଯାଞ୍ଚ ସରିଲାଣି । ଯାହା ମଧ୍ୟରୁ ଗୁରୁବାର ହିଁ ୯ ଲକ୍ଷ ୧୮ ହଜାର ୪୭୦ଜଣଙ୍କ ପରୀକ୍ଷା ହୋଇଛି । ବର୍ତ୍ତମାନ ସମୟରେ ଦେଶରେ ପଜିଟିଭିଟି ହାର ୮ ପ୍ରତିଶତ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.