‘ସଡ଼କ ୨’ ପରେ ଏବେ ‘କୁଲି ନମ୍ବର ୧’ର ପାଳି! ଟ୍ରେଲର ଆସିବା ପୂର୍ବରୁ ହିଁ ଡିସ୍‌ଲାଇକ୍‌ କରିବାକୁ ଚାହିଁବସିଛନ୍ତି ଲୋକ

ନିକଟରେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ସଡ଼କ ୨’ର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଲୋକମାନେ ଟ୍ଵିଟରରେ ନିଜ କ୍ରୋଧ ବ୍ୟକ୍ତ କରି ଭିଡିଓକୁ ଡିସ୍‌ଲାଇକ୍‌ କରିବା ଆରମ୍ଭ କରି ଦେଇଛନ୍ତି। ଏମିତି ଲାଗୁଛି ଏହି ଧାରା ଏଠାରେ ଶେଷ ହେବ ନାହିଁ। କାରଣ ଲୋକମାନେ ଏବେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘କୁଲି ନମ୍ବର ୧’ର ଟ୍ରେଲରକୁ ବି ଡିସ୍‌ଲାଇକ୍‌ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏନେଇ ଟ୍ଵିଟରରେ ଜୋରସୋରରେ ପୋଷ୍ଟ ସେୟାର ଚାଲିଛି। ଅନ୍ୟପଟେ ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ ହେବ।

ବରୁଣ ଓ ସାରାଙ୍କ ଫିଲ୍ମ ୧୯୯୫ରେ ରିଲିଜ୍‌ ହୋଇଥିବା ଗୋବିନ୍ଦା-କରିସ୍ମାଙ୍କ ଫିଲ୍ମର ରିମେକ୍‌। ଉଭୟ ଫିଲ୍ମର ନିର୍ଦ୍ଦେଶନା ବରୁଣଙ୍କ ବାପା ତଥା ଲୋକପ୍ରିୟ ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ ଦେଇଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମ୍‌ ମାମଲା ଉଠିଛି। ଏଣୁ ସୁଶାନ୍ତଙ୍କ ସମର୍ଥକମାନେ ଷ୍ଟାର କିଡ୍‌ମାନଙ୍କ ଫିଲ୍ମକୁ ବୟକଟ୍‌ କରୁଥିବା ଦେଖାଯାଇଛି।

ଫିଲ୍ମ ରିଲିଜ୍‌ ନେଇ ଜଣାପଡ଼ିବା ପରଠୁ ସୋସିଆଲ ମିଡିଆରେ ଏହାର ଟ୍ରେଲରକୁ ଡିସ୍‌ଲାଇକ୍‌ କରିବା ନେଇ ଲୋକମାନେ ଲାଗି ପଡ଼ିଛନ୍ତି। ୟୁଜରମାନେ ଫିଲ୍ମକୁ ବୟକଟ୍‌ କରିବା ପାଇଁ ମିମ୍‌ସ ତିଆରି କରି ସେୟାର କରିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.