ପେଣ୍ଟାଗନରେ ଭାରତୀୟ-ଆମେରିକୀ ରାଧା ଅୟଙ୍ଗର ପ୍ଲଂବ, ଆମେରିକା ରାଷ୍ଟ୍ରପତି ଦେଲେ ବଡ଼ ନିଯୁକ୍ତି

ନୂଆଦିଲ୍ଲୀ : ଭାରତୀୟ-ଆମେରିକୀ ସୁରକ୍ଷା ବିଶେଷଜ୍ଞ ରାଧା ଅୟଙ୍ଗର ଗତକାଲି ପେଣ୍ଟାଗନରେ ଏକ ବଡ ନିଯୁକ୍ତି ପାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ଏହି ପଦବିରେ ନିଯୁକ୍ତି ଦେଇଛନ୍ତି । ଏହା ପୂର୍ବରୁ ପ୍ଲଂବ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଭାବେ ରିସର୍ଚ୍ଚ ଆଣ୍ଡ୍‌ ଇନସାଇଟସ୍‌ ଫର ଟ୍ରଷ୍ଟ ଏଣ୍ଡ୍‌ ସେପ୍ଟିର ନିର୍ଦ୍ଦେଶକ ପଦରେ ଥିଲେ । ଏଠାରେ ସେ ଡାଟା ସାଇନ୍ସ ଓ ଟେକନିକ ଅନୁସନ୍ଧାନ ଉପରେ ଫଙ୍ଗସନାଲ ଟିମର ନେତୃତ୍ୱ ନେଉଥିଲେ । ଏବେ ସେ ରକ୍ଷା ଉପମନ୍ତ୍ରୀଙ୍କ ଚିଫ ଅଫ ଷ୍ଟାଫ୍‌ ଭାବେ ସେବା ଯୋଗାଉଛନ୍ତି ।

ବାଇଡେନ ରାଧା ଅୟଙ୍ଗରଙ୍କୁ ପେଣ୍ଟାଗନର ‘ଡିଫେନ୍ସ ଫର୍‌ ଏକ୍ୱିଜେସନ ଆଣ୍ଡ୍‌ ସଷ୍ଟେନମେଣ୍ଟ’ ର ଉପ ସଚିବ ପଦରେ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ରାଧା ଫେସବୁକ୍‌ରେ ଗ୍ଲୋବାଲ ହେଡ ଅଫ୍‌ ପଲିସି ଏନାଲିସିସ୍‌ ଭାବେ ସେବା ଯୋଗାଇଛନ୍ତି । ଏହାଛଡ଼ା ରାଧା ରେଡ କର୍ପୋରେସନରେ ଜଣେ ବରିଷ୍ଠ ଅର୍ଥଶାସ୍ତ୍ରୀ ଭାବେ କାମ ମଧ୍ୟ କରିଛନ୍ତି । ରାଧା ପ୍ରାରମ୍ଭରେ ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସରେ ସହାୟକ ପ୍ରଫେସର ଥିଲେ । ସେ ହାର୍ବାର୍ଡରେ ପୋଷ୍ଟ ଡକ୍ଟରେଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.