ଧରାପଡିଗଲା ସ୍ୱାମୀର ସମଲିଙ୍ଗୀ ସଂପର୍କ, ସ୍ତ୍ରୀକୁ ସୁପାରୀକିଲର ଦେଇ ହତ୍ୟା କଲା ସ୍ୱାମୀ

ଆଜିକାଲିର ନବବିବାହିତ ଦମ୍ପତି ବିବାହ ପରେ ହନିମୁନରେ ଯାଉଛନ୍ତି। ଦେଶ ଭିତରେ ହେଉ ଅବା ବିଦେଶ ଆଜିକାଲି ଏହା ଏକ ଫ୍ୟାଶନ ଟ୍ରେଣ୍ଡରେ ପରିଣତ ହୋଇଗଲାଣି। କିନ୍ତୁ ଏହି ହନିମୁନ କାହା ପାଇଁ ମଧ୍ୟ କାଳ ସାଜିଛି। ଏମିତି ଏକ ଘଟଣା ଏବେ ଦେଖିବାକୁ ମିଳିଛି। ଯେଉଁଠି ହନିମୁନରେ ଯାଉଥିବା ଦମ୍ପତିଙ୍କ ମଧ୍ୟରୁ ପତ୍ନୀଙ୍କୁ ହତ୍ୟାକୁ କରିଛନ୍ତି ସ୍ୱାମୀ।

ଭାରତୀୟ ବ୍ରିଟିଶ ମୂଳର ଶ୍ରୀଏନ ଦେବାନୀଙ୍କ ଉପରେ ପତ୍ନୀ ଆନି ଦେବାନୀଙ୍କୁ ମାରିଥିବା ଅଭିଯୋଗ ଲାଗିଛି। ସାଉଥ ଆଫ୍ରିକାରେ ଏନିଙ୍କୁ ୨୦୧୦ରେ ହନିମୁନ ସେରେ ସ୍ୱାମୀ ଶ୍ରୀଏସନ ସୁପାରୀ କିଲର ଅପହରଣ କରିନେଇ ଗୁଳି ମାରିଦେଇଛନ୍ତି।

୨୦୧୦ରେ ବିବାହର କିଛି ଦିନ ପରେ, ଶ୍ରୀଏନ୍ ତାଙ୍କ ପତ୍ନୀ ଆନିଙ୍କ ସହିତ ହନିମୁନ୍ ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ । ହନିମୁନରେ ଯିବା ପରେ ମଧ୍ୟ ଶ୍ରୀଏନ ଆନିଙ୍କ ପ୍ରତି ଧ୍ୟାନ ଦେଇ ଫୋନରେ ଅଧିକ ସମୟ ବ୍ୟସ୍ତ ରହୁଥିଲେ। ଆଉ ବାରମ୍ବାର କାମ ବାହାନାରେ ବାହାରକୁ ଯିବାକୁ ଚେଷ୍ଟା କରୁଥିଲେ। ଯେତେବେଳେ ଆନି ଏ ବିଷୟରେ ପଚାରୁଥିଲେ କିମ୍ବା ଫୋନ ଦେଖିବାକୁ ମାଗୁଥିଲେ, ଶ୍ରୀଏନ ତାଙ୍କୁ ଏହିସବୁ କଥାରୁ ଦୂରେଇ ରହିବାକୁ କହୁଥିଲେ। ଶ୍ରୀଏନ ତାଙ୍କ ଫୋନ କେବେ ବି ଆନିଙ୍କୁ ଦିଅନ୍ତି ନାହିଁ, ତେଣୁ ଆନିଙ୍କର ଏନେଇ ସନ୍ଦେହ ବଢିଯାଇଥିଲା।

ଥରେ ରାତିରେ ଦୁହେଁ ପତିପତ୍ନୀ ଡିନର ସାରିବା ପରେ ଶ୍ରୀଏନ ବାହାରକୁ ଯାଇଥିଲେ। ଶ୍ରୀଏନ୍‌ ଯିବା ପରେ ଆନି ତାଙ୍କ ପିଛେ ପଛେ ଅନୁସରଣ କରି ଯାଇ ଯାହା ଦେଖିଥିଲେ ତାହା ପରେ ସ୍ତବ୍ଧ ହୋଇଯାଇଥିଲେ। ଆନି ଦେଖିଥିଲେ ଶ୍ରୀଏନ ବାହାରେ କାହାକୁ ଦେଖା କରିବା ସହିତ ତାକୁ ଆଲିଙ୍ଗନ କରିବା ଏବଂ କିସ୍‌ କରୁଛନ୍ତି। ଆନି ଏହା ଦେଖିବା ପରେ ସେଠାରୁ ଫେରିଆସିଥିଲେ। କିନ୍ତୁ ଶ୍ରୀଏନ୍‌ ଏକଥା ଜାଣିପାରି ଆନିଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ଠିକ୍‌ ସେହି ସମୟରେ କିଛି ଦୁର୍ବତ୍ତ ଆସି ସେମାନଙ୍କୁ ଅପହରଣ କରିନେଇଥିଲେ। ସେଠାରୁ କିଛି ଖବର ନ ମିଳିବାରୁ ପରିବାର ଲୋକେ ଦକ୍ଷିଣ ଆଫ୍ରିକାର ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଘଟଣାର ଦୁଇ ଦିନ ପରେ ଶ୍ରୀଏନ୍ ଦେବନୀ ଫୋନ୍ କରି ପୁରା ଘଟଣା ବିଷୟରେ କହିଥିଲେ ଏବଂ ଅପହରଣକାରୀମାନେ ଆନିଙ୍କୁ ଗୁଳି କରିଥିଲେ ବୋଲି କହିଥିଲେ। ଆନିଙ୍କର ପରିବାର ଧନୀ ଶ୍ରେଣୀର ଥିବାରୁ ପୋଲିସ ଉପରେ ଚାପ ପକାଉଥିଲେ ଏବଂ ପରେ ସିସିଟିଭି ଫୁଟେଜ ସାହାଯ୍ୟରେ କାର ଡ୍ରାଇଭର ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ତଦନ୍ତ ସମୟରେ ଶ୍ରୀଏନ୍ ବ୍ରିଟେନକୁ ଫେରିଥିବାବେଳେ ତିନିଜଣ ଅଭିଯୁକ୍ତ ପୋଲିସ ଆଗରେ ଅପରାଧ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ଆନିଙ୍କୁ ହତ୍ୟା କରିବା ପାଇଁ ଶ୍ରୀଏନ୍ ଡିଲ୍‌ କରିଥିଲେ।

କୋର୍ଟରେ ଶ୍ରୀଏନ କହିଛନ୍ତି, ସେ ସମଲିଙ୍ଗୀ ହୋଇଥିବାରୁ ଆନିଙ୍କର ତାଙ୍କର ଝଗଡା ହୋଇଥିଲା। ହନିମୁନ୍ ସମୟରେ ଦକ୍ଷିଣ ଆଫ୍ରିକାକୁ ଆସିଥିବା ବ୍ରାଜିଲର ମୂଳ ଯୁବକ ସହିତ ତାଙ୍କର ସମଲିଙ୍ଗୀ ସମ୍ପର୍କ ରହିଥିଲା।ଯାହାକୁ ଘଟଣାଦିନ ରାତିରେ ଆନି ଦେଖିଦେଇଥିଲେ। ଆନିଙ୍କୁ ମାରିଥିବା ସୁଟରଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ୨୫ ଏବଂ ୧୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.