ବିଧାନସଭା ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ, କହିଲେ ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ମୋ ସରକାରର ଲକ୍ଷ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିଛନ୍ତି। ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ। ସିଡିଏସ୍‌ ବିପିନ ରାଓ୍ଵତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିଛନ୍ତି। ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ମୋ ସରକାରର ଲକ୍ଷ୍ୟ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ଏକ ମଡେଲ ଯୋଜନା। ୯୬ ଲକ୍ଷ ପରିବାରକୁ ଯୋଗାଇ ସ୍ମାର୍ଟକାର୍ଡ ଦିଆଯାଇଛି । କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି। କରୋନା ଟେଷ୍ଟିଂ ପାଇଁ ବ୍ଲକ୍‌ସ୍ତରରେ କରାଯାଇଛି ବ୍ୟାପକ ବ୍ୟବସ୍ଥା। ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଜାରିରହିଛି। ୩୦ ଜିଲ୍ଲାକୁ ରେଳସଂଯୋଗ କାର୍ଯ୍ୟ ଜାରି ରହିଛି। ଐତିହ୍ୟସ୍ଥଳୀର ବିକାଶ କାର୍ଯ୍ୟ ଜାରି ରହିଛି।

୨୦୨୧-୨୨ ବଜେଟରେ ୨୫,୭୮୮ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଛି। ରାଜ୍ୟ ବଜେଟର ୨% ଜନସ୍ୱାସ୍ଥ୍ୟ ଦିଗରେ ଖର୍ଚ୍ଚ କରାଯାଇଛି। ରାଜ୍ୟ ସଡ଼କ ଭିତ୍ତିଭୂମିର ବିକାଶ କରାଯାଉଛି। କେନ୍ଦୁଝର,ସୁନ୍ଦରଗଡ଼ରେ ଶହେ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜର ନିର୍ମାଣ ଚାଲିଛି। ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ନାମଲେଖା କାର୍ଯ୍ୟ ଜାରି ରହିଛି। ଏବେ ଓଡ଼ିଶା ବିଦ୍ୟୁତ୍‌ ବଳକା ରାଜ୍ୟ ଭାବେ ପରିଗଣିତ ହେଉଛି। ‘ପ୍ରତି ପରିବାରକୁ ୧୭,୫୦୦ଟଙ୍କାର ବିଜୁଳି ଖର୍ଚ୍ଚ କରାଯାଇଛି। ମନରେଗାରେ ୩୭ ଲକ୍ଷ ପରିବାରର ୬୨ ଲକ୍ଷ ଲୋକଙ୍କୁ ରୋଜଗାରକ୍ଷମ କରାଯାଇଛି। ୧୭ କୋଟି ଶ୍ରମଦିବସ ସୃଷ୍ଟି କରାଯାଇଛି। ମୁକ୍ତା ଯୋଜନା ପାଇଁ ଆମକୁ ମିଳିଛି ୫ମ ଗୁଆଙ୍ଗଝୋ ପୁରସ୍କାର। ହସ୍ତତନ୍ତ ହସ୍ତଶିଳ୍ପ ବିକାଶ ପାଇଁ ୧୬୯ କୋଟି ବ୍ୟୟ ବରାଦ କରାଯାଇଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.