କାନାଡା : ନିଆଁ ଲାଗି ଜଳିଗଲେ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ନାବାଳିକା ଝିଅ

କାନାଡାର ଆଣ୍ଟାରିଓରେ ଭାରତୀୟ ବଂଶୋଦ୍ଭବର ଦମ୍ପତି ଏବଂ ଝିଅଙ୍କ ମୃତ୍ୟୁ ହୋଇଛି । ଘରେ ନିଆଁ ଲାଗିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାଟି ଗତ ୭ ତାରିଖରେ ହୋଇଥିଲା ।

କାନାଡାର ଆଣ୍ଟାରିଓରେ ଭାରତୀୟ ବଂଶୋଦ୍ଭବର ଦମ୍ପତି ଏବଂ ଝିଅଙ୍କ ମୃତ୍ୟୁ ହୋଇଛି । ଘରେ ନିଆଁ ଲାଗିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାଟି ଗତ ୭ ତାରିଖରେ ହୋଇଥିଲା । କିନ୍ତୁ ରିପୋର୍ଟ ଗତକାଲି ପୋଲିସକୁ ମିଳିଛି । ମୃତଦେହ ରିପୋର୍ଟରୁ ୩ ଜଣ ଗୋଟି ଏ ପରିବାରର ବୋଲି ଜଣାପଡିଛି ।

ସୂଚନା ମୁତାବକ, ମାର୍ଚ୍ଚ ୭ ତାରିଖରେ ବ୍ରମ୍ପଟନ୍ର ବିଗ୍ ସ୍କାଏ ୱେ ଏବଂ ୱାନ୍ କିର୍କ ଡ୍ରାଇଭ୍ ଅଞ୍ଚଳରେ ନିଆଁ ଲାଗିଯାଇଥିଲା । ପଡୋଶୀ ଘଟଣା ବିଷୟରେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ନିଆଁ ଲିଭାଇବା ପରେ ୩ଟି ମୃତଦେହ ମିଳିଥିଲା । ତେବେ ଏମାନଙ୍କୁ ଯାଞ୍ଚ ପାଇଁ ହସପିଟାଲ ପଠାଇଥିଲା ପୋଲିସ । ସେମାନେ ହେଲେ ୫୧ ବର୍ଷୀୟ ରାଜୀବ ୱାରିକୋ, ତାଙ୍କ ୪୭ ବର୍ଷୀୟ ପତ୍ନୀ ଶିଳ୍ପା କୋଥା ଏବଂ ସେମାନଙ୍କର ୧୬ ବର୍ଷର ଝିଅ ମହେକ୍ ୱାରିକୋ ।

ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ପରିବାରର ୩ ଜଣଙ୍କ ମୃତ୍ୟୁ ମାମଲାର ପୋଲିସ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.