ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ ପରେ ସୁନାମୀ, ୧୬୮ ଜଣଙ୍କ ମୃତ୍ୟୁ, ୭୪୫ ଆହତ

ଇଣ୍ଡୋନେସିଆ ଭଲ୍‌କାନୋରେ ଭୟଙ୍କର ସୁନାମୀ । ଏଥିରେ ୧୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଆଗ୍ନେୟଗିରି ଯୋଗୁ ଏହି ସୁନାମୀ ଆସିଥିବା କୁହାଯାଉଛି । ଶନିବାର ସ୍ଥାନୀୟ ସମୟ ରାତି ୯ଟା ୩୦ରେ ଢେଉ ଦକ୍ଷିଣ ସୁମିତ୍ରା ଓ ଜାଭାର ଅଗ୍ର ବେଳାଭୂମିକୁ ମାଡ଼ି ଆସିଥିଲା ।

thetsunamicr

ଏଥିରେ ଏକାଧିକ କୋଠା ଭୁଶୁଡ଼ି ପଡ଼ିଛି । ସେହିପରି ସମୁଦ୍ରରେ ଥିବା ଅନେକ ନୌକାର ଏବେ ବି ପତ୍ତା ମିଳୁନାହିଁ । ଅନେକ ଲୋକଙ୍କ ଏପର୍ଯ୍ୟନ୍ତ ଖବର ମିଳୁନାହିଁ । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜୋରଦାର କରାଯାଇଛି । ଗତ ସେପ୍‌ଟେମ୍ବରରେ ସୁଲଭେସୁ ଦୀପରେ ଆସିଥିବା ସୁନାମୀରେ ୮୩୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

INDONESIA-1

INDONESIA-2

ଲାମ୍ଫୁଙ୍ଗ ଅଞ୍ଚଳରେ ପ୍ରଳୟ ଆଣିଥିବା ସୁନାମି ପରବର୍ତ୍ତୀ ସ୍ଥିତିର ଭିଡିଓ ଦେଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.