Below header

ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋରକୁ ମିଳିଲା ଦେଶର ସବୁଠୁ ସ୍ୱଚ୍ଛ ସହରର ମାନ୍ୟତା

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫେରେନସିଙ୍ଗ ମାଧ୍ୟମରେ “ସ୍ୱଚ୍ଛତା ସର୍ବେକ୍ଷଣ- ୨୦୨୦”ର ପଞ୍ଚମ ସଂସ୍କରଣର ଫଳାଫଳ ଘୋଷଣା କରିଛନ୍ତି । ଲଗାତାର ଭାବେ ଚତୁର୍ଥ ଥର ପାଇଁ ମଧ୍ୟ ପ୍ରଦେଶର ସହର ଇନଦୋରକୁ ଦେଶର ସବୁଠୁ ସ୍ୱଚ୍ଛ ସହରର ମାନ୍ୟତା ମିଳିଛି । ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ଗୁଜୁରାଟର ସୁରଟ ଥିବା ବେଳେ ତୃତୀୟ ସ୍ଥାନରେ ମହାରାଷ୍ଟ୍ରର ନାଭି ମୁମ୍ବାଇ ରହିଛି । ଏହି ସମୟ ସବୁଠୁ ଉତ୍ତମ ପ୍ରଦର୍ଶନ କରିଥିବା ସହର ମାନଙ୍କୁ ପୁରସ୍କୃତ ବି କରାଯାଇଛି । ଏହାବାଦ ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶର କେତେକ ସ୍ୱଚ୍ଛତା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଓ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ସମ୍ବର୍ଧନା ବି କରିଛନ୍ତି । 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ହରଦ୍ୱୀପ ପୁରୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସର୍ବେକ୍ଷଣରେ ଛତିଶଗଡ଼କୁ ସବୁଠୁ ସ୍ୱଚ୍ଛ ରାଜ୍ୟର ମାନ୍ୟତା ମିଳିଥିବା ବେଳେ ୧୦୦ରୁ କମ ସହର ବିଶିଷ୍ଟ ରାଜ୍ୟ ତାଲିକାରେ ଝାରଖଣ୍ଡ ଆଗରେ ଅଛି । କହିରଖିବା ଉଚିତ ହେବକି, ସ୍ୱଚ୍ଛତା ସର୍ବେକ୍ଷଣ ତାଲିକା ସର୍ବପ୍ରଥମେ ୨୦୧୬ ରେ ପ୍ରକାଶିତ ହୋଇଥିବା ବେଳେ ଏହି ସଂସ୍କରଣରେ ମହିଶୁରକୁ ସବୁଠୁ ସ୍ୱଚ୍ଛ ସହରର ମାନ୍ୟତା ମିଳିଥିଲା । ଏହା ପରେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ପାଇଁ ଏହି ମାନ୍ୟତା ମଧ୍ୟ ପ୍ରଦେଶର ଇନ୍ଦୋରକୁ ମିଳିଛି ।

ଏହାବାଦ କେନ୍ଦ୍ରମନ୍ତ୍ରୀ ନିଜ ଟ୍ୱିଟରରେ ଲେଖିଛନ୍ତିକି, ଗଙ୍ଗା ନଦୀ କୂଳରେ ଅବସ୍ଥିତ ବନାରସ ହେଉଛି ସବୁଠାରୁ ପ୍ରାଚୀନ ତମ ସ୍ୱଚ୍ଛ ସହର । ଲୋକସଭାରେ ସହର ମାନଙ୍କର ପ୍ରତିନିଧିତ୍ବ କରୁଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଦୂରଦର୍ଶୀ ନେତୃତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ଶୀର୍ଷ ସ୍ଥାନରେ ଥିବା ସହର ବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.