ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର:  ବନ୍ଦ ହେଉଛି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍‌। ଉପରମୁଣ୍ଡରେ ବର୍ଷା କମିବା ଫଳରେ ଖୋଲା ରହିବା ଗେଟ୍ ଭିତରୁ ଏବେ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୫୪ଫୁଟ ରହିଛି।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୬୧ହଜାର ୧୬୨କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ନିଷ୍କାସିତ ହେଛି ୧ଲକ୍ଷ ୭୦ହଜାର ୫୮୯କ୍ୟୁସେକ୍‌ ଜଳ। ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରୁ ପର୍ଯ୍ୟାୟକ୍ରମେ ଗେଟ୍‌ ଗୁଡିକୁ ଖୋଲାଯାଇଥିଲା। ତେବେ ଗତ ୨୪ ଘଣ୍ଟାରେ ସବୁଠି ବର୍ଷା ହୋଇଛି। ପ୍ରାୟ ସବୁ ନଦୀ ବିପଦ ସଂକେତ ତଳେ ଥିବାବେଳେ ବୈତରଣୀରେ ପାଣି ବଢୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.