Below header

ୟାକୁ ହିଁ କୁହନ୍ତି ପ୍ରତିଭା ! ଦୁଇଟି କାଠି ସାହାଯ୍ୟରେ ଏମିତି ସୁନ୍ଦର ମ୍ୟୁଜିକ କେବେବି ଶୁଣିନଥିବେ ଆପଣ, ଦେଖନ୍ତୁ ଭିଡିଓ

କିଛି ଦୃଶ୍ୟ ଏବଂ ଚିତ୍ର ବହୁତ ଅଦ୍ଭୁତ ହୋଇଥାଏ, ଯାହାକୁ ଥରେ ନୁହେଁ ବାରମ୍ବାର ଦେଖିବାକୁ ଇଚ୍ଛା ହୋଇଥାଏ। ଯେତେ ଦେଖିଲେ ଆଉ ଥରେ ଦେଖିବାକୁ ଇଚ୍ଛା ହୋଇଥାଏ। ଏମିତି ହିଁ ଏକ ଭିଡିଓକୁ ନେଇ ଚାଲିଛି ଖୁବ୍‌ ଚର୍ଚ୍ଚା। ଜଣେ ଛୋଟ ପିଲାଟି ଏତେ ସୁନ୍ଦର ଭାବେ ଡ୍ରମିଙ୍ଗ୍‌ ସ୍କିଲ୍ସ ଦେଖାଉଛି, ଯାହାକୁ ଦେଖିଲେ ଆପଣ ଏକଦମ୍‌ ଖୁସି ହୋଇଯିବେ। ଦୁଇଟି କାଠି ସାହାଯ୍ୟରେ ଛୋଟ ଶିଶୁଟି ଏତେ ସୁନ୍ଦର ଭାବେ ମ୍ୟୁଜିକ ଦେଉଛି ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

କିଛି ପିଲା ଅଛନ୍ତି ଯେଉଁମାନେ ଅସାଧାରଣ ପ୍ରତିଭା ନେଇ ଜନ୍ମ ହୋଇଥାନ୍ତି। ତାଙ୍କ ପ୍ରତିଭା ଦେଖି ଏମିତି ଲାଗେ ଯେ ଏମାନଙ୍କ ଉପରେ ଇଶ୍ୱରଙ୍କ ବିଶେଷ ଆଶିର୍ବାଦ ରହିଛି। ପ୍ରତିଭାଶାଳୀ ପିଲାଙ୍କ ପିଲାଙ୍କ ଚମତ୍କାରିତା ଲୁଚିକି ରହିପାରେନା କାହିଁକିନା ସେମାନଙ୍କ ପ୍ରତିଭା ବାରି ହୋଇଯାଏ। ଏମିତି ହିଁ ଏହି ଛୋଟ ଶିଶୁଟି ନିଜ କଳା ଚାତୁରୀରେ ଲୋକମାନଙ୍କୁ ଏମିତି ମନ୍ତ୍ରମୁଗ୍ଧ କରିଦେଇଛି ଯେ ଲୋକେ ପିଲାଟିର ଫ୍ୟାନ ହୋଇଯାଇଛନ୍ତି। ଆପଣ ବି ଦେଖନ୍ତୁ ପିଲାଟି କେତେ ଜବରଦସ୍ତ ଭାବରେ ମ୍ୟୁଜିକ ଦେଉଛି ପୁଣି ଦୁଇଟି କାଠି ସାହାଯ୍ୟରେ। ଆଉ ତାହା ଶୁଣିବାକୁ ବହୁତ ସୁନ୍ଦର ଲାଗୁଛି।

ଏହି ଭିଡିଓଟିକୁ କାବେରୀ ନାମକ ଜଣେ ଟ୍ଵିଟର ୟୁଜର ନିଜ ଟ୍ଵିଟରଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି। ଏହି ଭିଡିଓକୁ ଲୋକମାନେ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ ସେୟାର ହେବାର ମାତ୍ର କିଛି ସମୟ ଭିତରେ ଭିଡିଓଟି ଖୁବ୍‌ ଭାଇରାଲ ହୋଇଗଲା। ସେହିପରି ପିଲାଟିର ପ୍ରତିଭା ଦେଖି ପ୍ରଶଂସା କରିବା ସହିତ ଆମାଜିଙ୍ଗ୍‌ ବୋଲି କହୁଛନ୍ତି ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.