Below header

ଗୋଟିଏ ବର୍ଷର ଶିଶୁକୁ ନେଇ ଆନ୍ଧ୍ର-କେରଳ ମଧ୍ୟରେ ଲଢ଼େଇ, କିଡନାପ ରୁ ଡିଏନଏ ଟେଷ୍ଟ ଯାଏ ପହଞ୍ଚିଛି ମାମଲା

ତିରୁଓ୍ଵନନ୍ତପୁରମ୍‌ : କେରଳରେ ଏବେ ନିକଟରେ ଏକ ଶିଶୁର ଲାଳନ ପାଳନକୁ ନେଇ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଏହି ଶିଶୁକୁ ଆନ୍ଧ୍ର ପ୍ରଦେଶର ଏକ ଦମ୍ପତ୍ତି ପୋଷ୍ୟ ରୁପେ ଗ୍ରହଣ କରିଥିଲେ । ଏବଂ ଏହାର ଲାଳନ ପାଳନ ୧ ବର୍ଷ ହେବ କରି ଆସୁଛନ୍ତି । ହେଲେ ଏବେ କେରଳ ରାଜ୍ୟ ବାଳ କଲ୍ୟାଣ ପରିଷଦ ର ଅଧିକାରୀମାନେ ଏହି ଶିଶୁକୁ ଉକ୍ତ ଦମ୍ପତ୍ତିଙ୍କ ଠାରୁ ଫେରାଇ ନେଇଛନ୍ତି । ଶିଶୁଟିକୁ ନିଜ ସହ କେରଳ ନେଇ ଆସିବା ସହ ଲାଳନ ପାଳନ ପାଇଁ କେରଳର ଏକ ସଂସ୍ଥାକୁ ଦେଇଛନ୍ତି । ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗିଛି ଲଢ଼ାଇ ।

କ’ଣ ପୁରା ମାମଲା

ଆନ୍ଧ୍ର ପ୍ରଦେଶର ଏକ ଦମ୍ପତ୍ତି ୧ ବର୍ଷର ଏହି ଶିଶୁକୁ ଲାଳନ ପାଳନ କରୁଥିଲେ । ଏହି ଶିଶୁ ଅନୁପମା ଏସ୍‌ ଚନ୍ଦ୍ରନଙ୍କର ଥିଲା । ଅନୁପମାଙ୍କ ଅନୁସାରେ ଏହି ଶିଶୁର ମାତା-ପିତା ଶିଶୁର ଜନ୍ମ ପରେ ତାକୁ ଅପହରଣ କରିନେଇଥିଲେ । ତାଙ୍କର ମାତା-ପିତା ତାଙ୍କର ସହମତି ବିନା ବର୍ଷେ ପୂର୍ବରୁ କେରଳ ରାଜ୍ୟ ବାଳ କଲ୍ୟାଣ ପରିଷଦ ଦ୍ୱାରା ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏହି ଶିଶୁ ଆନ୍ଧ୍ର ପ୍ରଦେଶରେ ଏହି ଦମ୍ପତ୍ତିଙ୍କ ଲାଳନ ପାଳନରେ ଥିଲେ ।

ଧାରଣାରେ ଅନୁପମା

ଅନୁପମା ଏସ୍‌ ଚନ୍ଦ୍ରନ ଓ ତାଙ୍କର ସାଥୀ ଅଜିତ କିଛି ଦିନ ହେବ କେରଳ ରାଜ୍ୟ ବାଳ କଲ୍ୟାଣ ପରିଷଦ ଆଗରେ ଧାରଣାରେ ଅଛନ୍ତି । ନିଜର ସନ୍ତାନକୁ ଫେରି ପାଇବା ପାଇଁ ଦାବି କରୁଛନ୍ତି । ବାଳ କଲ୍ୟାଣ ଆୟୋଗ ୧୮ ନଭେମ୍ବରରେ ଶିଶୁକୁ ନିଜ ରାଜ୍ୟକୁ ଫେରାଇ ଦେବା ପାଇଁ କେରଳ ରାଜ୍ୟ ବାଳ କଲ୍ୟାଣ ପରିଷଦକୁ ଏକ ଆଦେଶ ଜାରି କରିଥିଲେ ।

ଆଦେଶ ଅନୁଯାୟୀ କେରଳ ରାଜ୍ୟ ବାଳ କଲ୍ୟାଣ ପରିଷଦ ନେତୃତ୍ୱରେ ଏକ ଟିମ ଆନ୍ଧ୍ର ପ୍ରଦେଶ ଯାଇ ଉକ୍ତ ଦମ୍ପତିଙ୍କ ଠାରୁ ଶିଶୁକୁ ଫେରାଇ ନେଇଛନ୍ତି । ଶିଶୁଟି ଏବେ ତିରୁଓ୍ଵନନ୍ତପୁରମ ବିମାନ ବନ୍ଦରରେ ପହଞ୍ଚିବା ପରେ ଶିଶୁର ଦେଖା ଶୁଣା ପାଇଁ ଏକ ସଂସ୍ଥାକୁ ଦିଆଯାଇଛି । ବାଳ କଲ୍ୟାଣ ଆୟୋଗ ନିର୍ଦ୍ଦେଶ ଅନୁଯାୟୀ ଏବେ ଶିଶୁର ମାତା-ପିତା କିଏ ଏହା ଠିକ୍‌ କରିବା ପାଇଁ ଡିଏନଏ ଟେଷ୍ଟ ର ସହାୟତା ନିଆଯାଇଛି । ଶିଶୁଟି ପାଇଁ ଏବେ ଦୁଇ ରାଜ୍ୟ ମଧ୍ୟରେ ଟଣା ଓଟରା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.