ରାତିରେ ହାଡ଼ଭଙ୍ଗା ଜାଡରେ ନିଜେ ବନ୍ଧ ବାନ୍ଧିଲେ ଗ୍ରାମବାସୀ

ଚାନ୍ଦବାଲି (କେନ୍ୟୁଜ) : ନିଜେ ବନ୍ଧ ବାନ୍ଧିଲେ ଗ୍ରାମବାସୀ। ମାଧପୁର ପଂଚାୟତର ଜ୍ୟୋତିସିଂପୁର ମୌଜାରେ ବେଣ୍ଟୁଆ ,ନୂଆନଇ ଜୋର ବନ୍ଧ ଭାଙ୍ଗିଯିବାରୁ ହଜାର ହଜାର ଚାଷୀମାନେ ରାତ୍ରିରେ ଜେନେରେଟର ଲଗାଇ ବନ୍ଧ ବାନ୍ଧିଛନ୍ତି। ମଧୁପୁର ଗ୍ରାମରୁ ଧାନଖଣିଆ ପର୍ଯ୍ୟନ୍ତ ୪ଟା ଜୋରର ମାଟି ବନ୍ଧ ଭାଙ୍ଗିଯିବାରୁ ଚାଷ ଜମିରେ ପାଣି ମାଡ଼ି ହଜାର ହଜାର ହେକ୍ଟର ଚାଷଜମିରେ ଧାନ ନଷ୍ଟ ହୋଇଯାଇଛି । ପ୍ରତି ବର୍ଷ ୪ଟି ଗାଁର ଧାନ ଅମଳ ସମୟରେ ହାଡ ଭଙ୍ଗା ପରିଶ୍ରମ କରି ବନ୍ଧ ବାନ୍ଧିବାକୁ ପଡେ ଗ୍ରାମବାସୀଙ୍କୁ। ତେଣୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ଯେ ଯଦି ପ୍ରଶାସନ ୪ ଗୋଟି ଜୋରରେ ସ୍ୱିଚ ଗେଟ କରିଦେବେ ତାହେଲେ ଚାଷୀମାନେ ବହୁତ ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.