ଏଭଳି ପରିସ୍ଥିତିରେ ବିଦ୍ୟା ଓ ଧନ ବି ଆସିନଥାଏ କାମରେ, ଜାଣନ୍ତୁ କ’ଣ କୁହେ ଚାଣକ୍ୟ ନୀତି

କୌଟଲ୍ୟଙ୍କ ନାମରେ ପ୍ରସିଦ୍ଧ ଆଚାର୍ଯ୍ୟ ଚାଣକ୍ୟ ନିଜର ରଣନୀତିକୁ ନେଇ ସାରା ଦୁନିଆରେ ଖ୍ୟାତ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି ପରିସ୍ଥତି ବିଷୟରେ କହିଛନ୍ତି ଯେଉଁଠି ଧନ ଓ ବିଦ୍ୟା ଥାଇ ମଧ୍ୟ କିଛି କାମ କରିପାରେ ନାହିଁ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁଠି ଧନ ଆପଣଙ୍କୁ ଅସୁବିଧା ପରିସ୍ଥିତିରୁ ମୁକୁଳାଇ ଥାଏ ସେଠାରେ ବିଦ୍ୟା ସବୁଠୁ ବଡ଼ ଧନ ହୋଇଥାଏ ।

ବହିରେ ଥିବା ବିଦ୍ୟା : ଚାଣକ୍ୟଙ୍କ ମତରେ ଯେଉଁ ବିଦ୍ୟା ପୁସ୍ତକରେ ରହିଥାଏ ତା’ର କୌଣସି କାମ ନଥାଏ । ତେଣୁ ବ୍ୟକ୍ତିକୁ ବହି ଜ୍ଞାନ ଅପେକ୍ଷା ବ୍ୟବହାରିକ ଜ୍ଞାନ ବୁଝିବା ବହୁତ ଜରୁରୀ ହୋଇଥାଏ । ଯେଉଁ ବ୍ୟକ୍ତି କେବଳ ବହି ଜ୍ଞାନକୁ ଧରି ବସିଥାନ୍ତି ଓ ବ୍ୟବହାରିକ ଜ୍ଞାନ ପ୍ରତି ବୁଝିବା ନଥାଏ ସେମାନଙ୍କ ନିକଟରେ ଜ୍ଞାନର କିଛି କାମରେ ଆସି ନଥାଏ ।ଚାଣକ୍ୟ ଆହୁରି କହିଛନ୍ତି ଯେ ବ୍ୟକ୍ତି ଗୁରୁଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ବେଳେ ନିଜର ଜିଜ୍ଞାସାକୁ ପୂର୍ଣ୍ଣ ଭାବେ ବୁଝିବା ଦରକାର । ନଚେତ ଅଧା ବୁଝିବା କାମରେ ଆସିନଥାଏ ।

ଅନ୍ୟ ପାଖରେ ଥିବା ଧନ : ଚାଣକ୍ୟ କୁହନ୍ତି ଆପଣଙ୍କ ଧନ ଯଦି ଅନ୍ୟ ପାଖରେ ରହିଛି । ତେବେ ତାହା ଠିକ୍ ସମୟରେ କାମରେ ଆସି ନଥାଏ । ତେଣୁ ଧନର ସଂଚୟ ବ୍ୟକ୍ତିକୁ ସର୍ବଦା ନିଜ ପାଖରେ କରିବା ଦରକାର । ଅଧିକାଂଶ ସମୟରେ ଏପରି ହୋଇଥାଏ ଆପଣଙ୍କ ଧନ ଅନ୍ୟ ପାଖରେ ଥାଏ । ହେଲେ ଆପଣଙ୍କ ଜରୁରୀ ସମୟରେ ତାହା ଆସି ପାରିନଥାଏ । ଏହି ଧନ କିଛି କାମରେ ଆସି ନଥାଏ ।

 

Leave A Reply

Your email address will not be published.