ଅତିରଞ୍ଜିତ କରି ଖବର ପ୍ରସାରଣ ନକରିବାକୁ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି

ଉତ୍ତରକାଶୀ ଟନେଲ ଭିତରେ ଫସିଥିବା ଶ୍ରିମକଙ୍କୁ ଉଦ୍ଧାର ପାଇଁ ଜୋରଦାର ହୋଇଛି ରେସକ୍ୟୁ ଅପରେସନ । ରେସକ୍ୟୁ ଓ ରିଲିଫ ଅପରେସନ ସଂପର୍କରେ ଅଧିକ ଅତିରଞ୍ଜିତ କରି ଖବର ପ୍ରସାରଣ ନକରିବାକୁ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର ।

ଉତ୍ତରକାଶୀ ଟନେଲ ଭିତରେ ଫସିଥିବା ଶ୍ରିମକଙ୍କୁ ଉଦ୍ଧାର ପାଇଁ ଜୋରଦାର ହୋଇଛି ରେସକ୍ୟୁ ଅପରେସନ । ଉଦ୍ଧାରକାରୀ ଟିମଙ୍କ ଅନୁମାନ ଆଉ ୩୦ରୁ ୪୦ ଘଣ୍ଟା ମଧ୍ୟରେ ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରାଯିବ ।

ଗତକାଲି ଟନେଲ ଭିତରୁ ଫସି ରହିଥିବା ଶ୍ରମିକଙ୍କ ପ୍ରଥମ ଭିଡିଓ ଓ ଫଟୋ ଆସିବା ପରେ ନୂଆ ଆଶା ସଞ୍ଚାର ହୋଇଛି । ଶ୍ରମିକଙ୍କୁ ଠାବ କରିବା ପାଇଁ ଧ୍ବଂସାବଶେଷ ମଧ୍ୟରେ ଏକ ୬ଇଞ୍ଚର ପାଇପ ପଶାଯାଇଥିଲା। ଏହା ସଫଳ ହେବା ପରେ ଶ୍ରମିକଙ୍କ ସ୍ଥିତି ପରଖିବା ପାଇଁ ପାଇପ ମଧ୍ୟରେ ପଠାଯାଇଥିଲା ଏଣ୍ଡୋସ୍କୋପି କ୍ୟାମେରା ।

କ୍ୟାମେରାରୁ ଶ୍ରମିକଙ୍କ ଅବସ୍ଥିତି ଓ ସେମାନଙ୍କ ଅବସ୍ଥା ସଂପର୍କରେ ସୂଚନା ମିଳିପାରିଥିଲା। ୬ଇଞ୍ଚ ମୋଟେଇର ପାଇପରେ ସେମାନଙ୍କୁ ରନ୍ଧା ଖାଦ୍ୟ ଭାବେ ଖେଚୁଡ଼ି, ଫଳ ଆଦିକୁ ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି କରି ପଠାଯାଇଛି। ଟନେଲ ମଧ୍ୟରୁ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ତିନି ପଟୁ ଡ୍ରିଲିଂ କାମ ଜୋରଦାର ଚାଲିଛି।

ଯେଉଁଠି ଶ୍ରମିକମାନେ ଫସିଛନ୍ତି ତାର ବାମ ଓ ଡାହାଣ ପଟୁ ଡ୍ରିଲିଂ କରାଯାଉଛି। ତା ସହିତ ଉପରୁ ମଧ୍ୟ ହୋଲ୍ କରାଯାଇ ଯେକୌଣସି ମତେ ଶ୍ରମିକଙ୍କ ପାଖରେ ପହଁଚିବାକୁ ହୋଇଛି ଯୋଜନା। ସେପଟେ ରେସକ୍ୟୁ ଓ ରିଲିଫ ଅପରେସନ ସଂପର୍କରେ ଅଧିକ ଅତିରଞ୍ଜିତ କରି ଖବର ପ୍ରସାରଣ ନକରିବାକୁ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର।

You might also like