ଦିନିକିଆ ଓ T20ରେ ଆଇସିସିର ନୂଆ ନିୟମ: ବୋଲିଂରେ ବିଳମ୍ବ ହେଲେ ଲାଗିବ ୫ ରନ୍ ପେନାଲ୍ଟି

ପୁରୁଷ ଦିନିକିଆ ଓ T20 କ୍ରିକେଟକୁ ଦ୍ରୁତ ଓ ଆହୁରି ରୋମାଞ୍ଚକ କରିବାକୁ ଆଇସିସି ନୂଆ ନିୟମ ଜାରି କରିଛି । ଏହି ନିୟମ ଅନୁସାରେ ଗୋଟିଏ ଓଭର ପରେ ବୋଲର ଯଦି ପରବର୍ତ୍ତୀ ଓଭରକୁ ବୋଲିଂ କରିବାରେ ଗୋଟିଏ ମିନିଟରୁ ଅଧିକ ସମୟ ନିଅନ୍ତି ଓ ପାଳିରେ ତୃତୀୟଥର ଏମିତି କଲେ ଫିଲ୍ଡିଂ କରୁଥିବା ଦଳ ଉପରେ ୫ ରନ୍ ପେନାଲ୍ଟି ଲାଗୁ କରାଯିବ ।

ଦିନିକିଆ ଓ T20ରେ ଆଇସିସିର ନୂଆ ନିୟମ । ବୋଲିଂରେ ବିଳମ୍ବ ହେଲେ ଲାଗିବ ୫ ରନ୍ ପେନାଲ୍ଟି । ପୁରୁଷ ଦିନିକିଆ ଓ T20 କ୍ରିକେଟକୁ ଦ୍ରୁତ ଓ ଆହୁରି ରୋମାଞ୍ଚକ କରିବାକୁ ଆଇସିସି ନୂଆ ନିୟମ ଜାରି କରିଛି । ଏହି ନିୟମ ଅନୁସାରେ ଗୋଟିଏ ଓଭର ପରେ ବୋଲର ଯଦି ପରବର୍ତ୍ତୀ ଓଭରକୁ ବୋଲିଂ କରିବାରେ ଗୋଟିଏ ମିନିଟରୁ ଅଧିକ ସମୟ ନିଅନ୍ତି ଓ ପାଳିରେ ତୃତୀୟଥର ଏମିତି କଲେ ଫିଲ୍ଡିଂ କରୁଥିବା ଦଳ ଉପରେ ୫ ରନ୍ ପେନାଲ୍ଟି ଲାଗୁ କରାଯିବ ।

ପରୀକ୍ଷାମୂଳକ ଭାବେ ପ୍ରଥମେ ଏହି ନିୟମର ପ୍ରୟୋଗ ହେବ । ମଙ୍ଗଳବାର ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ଏ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୩ ଡିସେମ୍ବରରୁ ୨୦୨୪ ଏପ୍ରିଲ ମଧ୍ୟରେ ଏହି ନିୟମର ପ୍ରୟୋଗ ହେବ ଏବଂ ଏଥିପାଇଁ ଷ୍ଟପ୍ କ୍ଲକର ବ୍ୟବହାର କରାଯିବ ।

ଓଭର ମଝିରେ ସମୟକୁ ନିୟନ୍ତ୍ରଣ କରିବାକୁ ଏହି ଘଡ଼ିର ବ୍ୟବହାର କରାଯିବ । ସେହିପରି ଆଇସିସି ପିଚ୍ ଓ ଆଉଟ୍ ଫିଲ୍ଡକୁ ନେଇ ମଧ୍ୟ ନିୟମରେ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁସାରେ ଯଦି ୫ ବର୍ଷ ମଧ୍ୟରେ କୌଣସି ପିଚକୁ ୫ ବଦଳରେ ୬ ଡିମେରିଟ୍ ପଏଣ୍ଟ ମିଳେ, ତେବେ ଏହି ଗ୍ରାଉଣ୍ଡ ଉଫରେ ପ୍ରତିବନ୍ଧକ ଲାଗୁ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.