ଭୁଲରେ ୟୁକ୍ରେନ ଯାତ୍ରୀବାହୀ ବିମାନକୁ ମିସାଇଲ ଦ୍ୱାରା ଖସାଇଥିବା ନେଇ ସ୍ୱୀକାର କଲା ଇରାନ

ଇରାନ ହିଁ ୟୁକ୍ରେନ ଯାତ୍ରୀବାହୀ ବିମାନକୁ ମିସାଇଲ ଦ୍ୱାରା ଖସାଇଥିଲା। ତେବେ ଏହା ଅପ୍ରତ୍ୟାଶିତ ଥିଲା ବୋଲି ଇରାନ କହିଛି। ୟୁକ୍ରେନ ବିମାନ ଦୁର୍ଘଟଣା ପଛରେ ଇରାନର ସଂପୃକ୍ତି ନେଇ ଆମେରିକା ସମେତ ୪ଟି ରାଷ୍ଟ୍ର ଦାବି କରିବା ପରେ ଶେଷରେ ଏହାକୁ ସ୍ୱୀକାର କରିଛି ଇରାନ। ମିସାଇଲ ଦ୍ୱାରା ବିମାନ ଦୁର୍ଘଟଣା ଏକ ମନୁଷ୍ୟକୃତ ତୃଟି ବୋଲି ଇରାନ ସ୍ୱୀକାର କରିଥିବା ଇରାନ ଷ୍ଟେଟ ଟିଭି ଦ୍ୱାରା କୁହାଯାଇଛି।

plane crashବୁଧବାର ୟୁକ୍ରେନ ଏୟାର ଲାଇନ୍‌ସର ବୋଇଂ ୭୩୭ ବିମାନ ଦୁର୍ଘଟଣାରେ ସମସ୍ତ ୧୭୬ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ବିମାନ ଉଡ଼ାଣ ଭରିବାର ଅଳ୍ପ ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା। ପୂର୍ବରୁ ଭୁଲ୍‌ରେ ଇରାନ୍ ମିସାଇଲ୍ ମାଡ଼ କରି ତଳେ ଖସାଇଥିବା ନେଇ ଟ୍ରମ୍ପ ପ୍ରଶାସନ ଦାବି କରିଥିଲା। ଇରାକ୍‌ରେ ଥିବା ଆମେରିକା ସେନା ଶିବିର ଉପରେ ଇରାନ୍‌ର ମିସାଇଲ୍ ଆକ୍ରମଣର କିଛି ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଥିଲା । ସିବିଏସ୍ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ୟୁଏସ୍ ଇଣ୍ଟେଲିଜେନ୍ସ ପକ୍ଷରୁ କୁହାଯାଇଛି, ଦୁଇଟି ମିସାଇଲ୍ ଲଞ୍ଚ ହେବାର ଖବର ପ୍ରଥମେ ଗ୍ରହଣ କରିଥିଲା ଉପଗ୍ରହ । ଏହାପରେ ବିସ୍ଫୋରଣ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.