୨୦୨୦ ମସିହାରେ ବଜାରକୁ ଆସିବ ଏହି ସବୁ ଅତ୍ୟାଧୁନିକ ଗାଜେଟସ, ଯାହା ବଦଳାଇ ଦେବ ଆପଣଙ୍କ ଜୀବନ ଶୈଳୀ

ସବୁ ବର୍ଷ ପରି ଏବର୍ଷ ମଧ୍ୟ କନ୍ସ୍ୟୁମର ଇଲେକ୍ଟ୍ରୋନିକ ସୋ’ (CES)ରେ କେତେକ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ଉପକରଣକୁ ଲୋକଲୋଚନକୁ ଅଣାଯାଇଛି । ଏହି ଇଲେକ୍ଟ୍ରୋନିକ ମେଳାରେ ଅନେକ ଉପକରଣକୁ ଲୋକଲୋଚନକୁ ଅଣାଯାଇଛି । ତାମଧ୍ୟରୁ ଆମେ କେତେଟି ଅତ୍ୟାଧୁନିକ ଉପକରଣ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଅତ୍ୟାଧୁନିକ ଉପକରଣ ଗୁଡିକ ଚଳିତ ବର୍ଷ ଶେଷ ସୁଦ୍ଧା ବଜାରକୁ ସର୍ବସାଧାରଣଙ୍କ ପାଇଁ ଆସିଯାଇ ପାରେ । ତେବେ ଆସନ୍ତୁ ଜାଣିବା ସେହି ଉପକରଣ ବିଷୟରେ:

୧. ଟଏଲେଟ ରୋବଟ: ବିଶ୍ୱର ଅନ୍ୟତମ କମ୍ପାନୀ ‘ଚାରମିନ’ କମ୍ପାନୀ ଏମିତି ଏକ ରୋବୋର୍ଟ ନିର୍ମାଣ କରିଛି ଯାହାକି ଅତ୍ୟନ୍ତ ଜରୁରୀ ସମୟରେ ଆପଣଙ୍କୁ ଟଏଲେଟ ପେପର ଯୋଗେଇ ପାରିବ । ଏହି ରୋବୋର୍ଟ ଟିକୁ ମୋବାଇଲ ସହ କନେକଟ କରାଯିବ । ଫଳରେ ଇସାରା ପାଇବା ମାତ୍ରେ ତା ଜରୁରୀ ସମୟରେ ଆପଣଙ୍କ ନିକଟରେ ହାଜିର ହେଇ ନିଜ ସେବା ଯୋଗାଇବ ।

GADJETS

୨. ଡିଏନଏ ବାଣ୍ଡ : CES ମେଳାରେ ଏମିତି ଏକ ଡିଏନଏ ବାଣ୍ଡକୁ ସୋ’ରେ କରାଯାଇଛି ଯାହା ଆପଣଙ୍କୁ ଆପଣଙ୍କ ଡ଼ିଏନଏ କୁ ସୁହାଇବା ଭଳି ଖାଦ୍ୟ ଚୟନରେ ସାହାଯ୍ୟ କରିବ ଜ୍ଝ ଯେବେ ଆପଣ ବଜାରକୁ ଖାଦ୍ୟ କିଣିବାକୁ ଯିବେ । ଏହି ବ୍ୟାଣ୍ଡଟି ଆପଣଙ୍କୁ ଆପଣଙ୍କ ଡିଏନଏ ଅନୁଯାୟୀ ଖାଦ୍ୟ ଚିହିଁବାରେ ସାହାଯ୍ୟ  କରିବ ।

୩.  ମୁଭିଂଗ ଟମାଟୋ କେଚଆପ: ଆପଣ କେବେ ଏକ ମୁଭିଂଗ ଟମାଟୋ କେଚଆପ ବିଷୟରେ ଶୁଣିଛନ୍ତି କି ? ପୂର୍ବରୁ ଆପଣ କେବେବି ହୁଏତ ଏହା ବିଷୟରେ ଶୁଣିନଥିବେ । ଏହି କ୍ୟାଚଅପଟି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ସହଜରେ ଯା’ ଆସ କରିପାରିବ । ଏହି କାମଟି ମାତ୍ର କେତେ ସେକେଣ୍ଡରେ ହିଁ ପୁରା ହେବ । ଟେବଲ ଓ ପ୍ଲେଟକୁ ବିନା କୌଣସି ଅପରିଷ୍କାର ନକରି ଏହି କାମଟି ପୁରା ହେଇପାରିବ ।

GADGETS

୪.  ବିଲେଇ ରୋବୋଟ : ଯେଉଁ ମାନେ ଘରେ ପୋଷା ଜୀବଜନ୍ତୁ ରଖିବାକୁ ଚାହୁଁଛନ୍ତି କିନ୍ତୁ ଆଲର୍ଜି କାରଣରୁ ଏପରି କରିପାରନ୍ତି ନାହିଁ । ସେମାନଙ୍କ ପାଇଁ ଏକ ଛୋଟ ବିଲେଇ ରୋବଟ ବଜାରକୁ ଆସିବ । ଏହି ବିଲେଇ ରୋବୋଟଟି ମଣିଷର ସ୍ପର୍ଶ ପାଇବା ମାତ୍ରେ ନିଜ ଲାଞ୍ଜ ହଲେଇବା ସହ ଏକ ରୀଆକ୍ସନ ମଧ୍ୟ ଦେବ । ଚଳିତ ବର୍ଷର ଶେଷ ସୁଦ୍ଧା ଏହି ସ୍ୱତନ୍ତ୍ର ବିଲେଇକୁ ବଜାରରେ ଉପଲବ୍ଧ କରାଯିବ ବୋଲି ଶୁଣାଯାଊଛି ।

୫. ସ୍ମାର୍ଟ  ପାମ୍ପର୍ସ :ଏକ କମ୍ପାନୀ ଅତ୍ୟାଧୁନିକ କ୍ଷମତା ସମ୍ପର୍ଣ୍ଣ ପାମ୍ପର୍ସ ତିଆରି କରିଛନ୍ତି । ଏହି ପାମ୍ପର୍ସକୁ ଏକ ସ୍ମାର୍ଟ କ୍ୟାମେରା ସହ ଯୋଡ଼ା ଯାଇଛି । ଫଳରେ ଶିଶୁର ଆବଶ୍ୟକତା ଅନୁଯାୟୀ ଯଥା ସମୟରେ ସମ୍ବାଦ ପିତା ମାତାଙ୍କ ପାଖରେ ପହଞ୍ଚି ପାରିବ ।

୬. ଏହି ମେଳାରେ ଏମିତି ଏକ ଟୁଥ ବ୍ରସକୁ ସାମିଲ କରାଯାଇଛି ଯାହା ମାତ୍ର ୧୦ ସେକେଣ୍ଡ ଭିତରେ ପୁରା ମୁହଁକୁ ସଫା କରିଦେଇ ପାରିବ ।

GADGETS

୭.ମୁଭେବଲ ଟିଭି:  ଦକ୍ଷିଣ କୋରିଆର ଲୋକପ୍ରିୟ ଇଲେକ୍ଟ୍ରୋନିକ ଉପକରଣ ନିର୍ମାଣକାରୀ କମ୍ପାନୀ ଏପରି ଏକ ଟିଭିର ନିର୍ମାଣ କରିଛି । ଯାହାକୁ ସହଜରେ ନବା ଆଣିବା କରାଯାଇପାରିବା ସହ ଯେକୌଣସି ଭାବେ ବୁଲାଇ ଟିଭି ଦେଖିହେବ । ସ୍ମାର୍ଟଫୋନ ଓ ଟାଵ ପରି ଏହାକୁ ନେବାଆଣିବା ମଧ୍ୟ କରାଯାଇପାରିବ ।

୮. ଟାଟୁ ମେସିନ: ଯଦି ଆପଣ ହାତରେ ଟାଟୁ କରିବାର ସଉକ ରଖିଛନ୍ତି । କିନ୍ତୁ ଆପଣଙ୍କୁ ଛୁଞ୍ଚିକୁ ଖୁବ ଭୟ ଥାଏ । ତେବେ ବ୍ୟସ୍ତ ହେବାର କିଛି କାରଣ ନାହିଁ ଜ୍ଝ ଏବେ ଆପଣ ଏକ ସ୍ୱତନ୍ତ୍ର ମେସିନ ସାହାଯ୍ୟରେ ଖୁବ ସହଜ ଓ ସରଳରେ ନିଜ ହାତରେ ଟାଟୁ ଖୋଦେଇ ପାରିବେ । ଏଥିପାଇଁ ଆପଣଙ୍କୁ କୌଣସି କଷ୍ଟ ମଧ୍ୟ ହେବ ନାହିଁ । ୨୦୨୦ ମସିହା ଶେଷ ସୁଦ୍ଧା ହିଁ ଏହା ବଜାରରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.