Below header

ଡ୍ରୋନରେ ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ କାଧିମୀ

ଇରାକ: ଡ୍ରୋନରେ ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ । ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍‌ ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ କାଧିମୀ। ଆଜି ସକାଳେ ବାଗଦାଦ୍‌ରେ ଇରାକ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ୍‌ କାଧିମିଙ୍କ ବାସଭବନ ଉପରେ ବିସ୍ଫୋରକପୂର୍ଣ୍ଣ ଡ୍ରୋନ ଆକ୍ରମଣ କରାଯାଇଛି ।

ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଡ୍ରୋନ ଆକ୍ରମଣରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ବାଗଦାଦ୍‌ ସବୁଠୁ ସୁରକ୍ଷିତ ଗ୍ରୀନ୍‌ ଜୋନରେ ରହିଛି ।ତେବେ କାହା ପକ୍ଷରୁ ଏହି ଡ୍ରୋନ୍‌ ଆକ୍ରମଣ କରାଯାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.