ତେଲ ଖର୍ଚ୍ଚରୁ ବଞ୍ଚିବା ପାଇଁ ବ୍ୟକ୍ତିଙ୍କର ଦେଶୀ ଜୁଗାଡ଼ ହେଲା ଭାଇରାଲ

ଆଜି କାଲିର ମହଙ୍ଗା ଯୁଗରେ ତେଲ ଦର ଯେଉଁଭଳି ଭାବେ ହୁ ହୁ ହୋଇ ବଢ଼ିଚାଲିଛି ତାହା ଆପଣ ଜାଣିପାରୁଥିବେ। ଏଥିପାଇଁ ଅଲଗା ଅପସନ୍‌ ବା ବିକଳ୍ପ ଖୋଜିବାରେ ସମସ୍ତେ ବ୍ୟସ୍ତ। ଯିଏ ଏଥିରେ ଟିକେ ସକସେସ୍‌ଫୁଲ ହେଲା ସିଏ ଜୋରଦାର ଭାଇରାଲ ହେଲା। ତେବେ ଆମ ପାଖରେ ସବୁ ସମସ୍ୟାର କିଛି ନା କିଛି ଉପାୟ ନିଶ୍ଚିତ ରହିଥାଏ । ଏବେ ପେଟ୍ରୋଲ ଓ ଡିଜେଲର ଚଢ଼ା ଦର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେଥିରେ ଏକ ବ୍ୟକ୍ତି ଜଣକ ଜବରଦସ୍ତ ଜୁଗାଡ଼ ଲଗାଇଛନ୍ତି। କାରପୁଲିଂ ପାଇଁ ଏମିତି ଅପସନ୍‌ ବାଛିଛନ୍ତି ଯାହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି।

ତେଲ ଦରକୁ ଦେଖି ଏହି ମହାନ ବ୍ୟକ୍ତି ଜଣକ ଏକ ଦେଶୀ ଜୁଗାଡ଼ ଲଗାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ ହେଉଛି। ଦେଶୀ ଜୁଗାଡ଼ ଲଗାଇ ଏହି ବ୍ୟକ୍ତି ଜଣକ ବାଇକରେ ଏକା ସାଙ୍ଗରେ ୯ ଜଣଙ୍କୁ ନେଉଛନ୍ତି। ବଡ଼ କଥା ହେଉଛି ବ୍ୟକ୍ତି ଜଣକ ବାଇକରେ ଏପରି ଭାବେ କାଠ ସିଟକୁ ଫିଟ କରିଛନ୍ତି ଯେଉଁଥିରେ ସେ ଆରାମରେ ବାଇକ ରାଇଡିଂ କରି ଯାଉଛନ୍ତି। ବ୍ୟକ୍ତି ଜଣଙ୍କ ବାଲାନ୍ସ ଏଥିରୁ ଖୁବ ଭଲ ଭାବେ ଜଣାପଡୁଛି। ବାଇକରେ ୫ ଜଣ ମହିଳା ଓ ୪ଜଣ ଛୋଟ ପିଲା ବସିଛନ୍ତି।

ତେବେ ଏହି ଭିଡ଼ିଓକୁ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ଜୟବର୍ଦ୍ଧନ ସିଂ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେୟାର କରିବା ପରେ ଏହାଖୁବ ଭାଇରାଲ ହୋଇଛି। ତେଲର ଚଢ଼ା ଦରକୁ ନେଇ ବ୍ୟକ୍ତି ଜଣଙ୍କର ଦେଶୀ ଜୁଗାଡ଼କୁ ସେ ଭିଡ଼ିଓ ମାଧ୍ୟମରେ ସେୟାର କରିଛନ୍ତି।

କିନ୍ତୁ  ସୁରକ୍ଷା କଥା ଧ୍ୟାନକୁ ଆସିଲେ ଏହା ଅଧିକ ବିପଦପୂର୍ଣ୍ଣ । କାରଣ ଗୋଟିଏ ବାଇକରେ ଏତେ ଲୋକ ବସିବା ମାନେ ଏହାର ଭାରସାମ୍ୟ ଠିକ ନରହିବା। ଏହାସହ ବାଇକରେ କେହି ହେଲମେଟ ପିନ୍ଧି ନଥିବା ବେଳେ ଗୋଟିଏ ବାଇକରେ ୯ଜଣ ବସିବା ସୁରକ୍ଷା ନିୟମର ଉଲଂଘନ ମଧ୍ୟ କରାଯାଉଛି । ଟଙ୍କା ଖର୍ଚ୍ଚ ଭୟରେ ଏଭଳି ଦୁଃସାହାସିକ କାମ କରି ଜୀବନକୁ ବାଜି ଲଗାଇବା ମଧ୍ୟ ଏକ ବଡ଼ ମୂର୍ଖାମୀର ପରିଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.