Below header

ଆଫଗାନିସ୍ତାନ ଟିମ୍‌ ପାଇଁ ପ୍ରାର୍ଥନା କରିବ ଟିମ୍‌ ଇଣ୍ଡିଆ, ଆଫଗାନିସ୍ତାନର ବିଜୟ ଟିମ୍‌ ଇଣ୍ଡିଆର କରିବ ପଥ ପରିଷ୍କାର

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୧ରେ ଆଜି ପରସ୍ପରକୁ ଟକ୍କର ଦେବେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ । ଏହି ମ୍ୟାଚ୍‌ ଉପରେ ସମଗ୍ର ବିଶ୍ୱ କ୍ରିକେଟ୍‌ପ୍ରେମୀଙ୍କ ନଜର । ଗୋଟିଏ ମ୍ୟାଚ୍‌ ୩ଟି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ବିଶେଷ କରି ଭାରତୀୟ ସମର୍ଥକ ଏହି ମ୍ୟାଚ୍‌କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଆଜିର ମ୍ୟାଚ ନ୍ୟୁଜିଲାଣ୍ଡ ଟିମ୍‌ ଜିତିଯାଏ, ତେବେ ସେମିଫାଇନାଲରେ ପାକିସ୍ତାନ ସହିତ ଖେଳିବ। ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌ ହାରିଯାଏ, ତେବେ ଭାରତ ପାଇଁ ସେମିଫାଇନାଲ ରାସ୍ତା କ୍ଲିଅର ହୋଇଯିବ। ନ୍ୟୁଜିଲାଣ୍ଡ ଟିମ୍‌ ଏଯାଏଁ ୪ଟି ମ୍ୟାଚ ଖେଳିସାରିଛି, ଯେଉଁଥିରୁ ୩ଟି ମ୍ୟାଚ ଜିତିଛି। ତେଣୁ ନ୍ୟୁଜିଲାଣ୍ଡ ପାଖରେ + ୧.୨୭୭ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ। ସେହିପରି ଭାରତୀୟ ଟିମ୍‌ ୪ ଟି ମୁକାବିଲାରେ ଦୁଇଟି ମ୍ୟାଚ ଜିତିବା ସହିତ ୨ଟି ହାରିବା ପରେ + ୧.୬୧୯ ଅଙ୍କ ସହିତ ତୃତୀୟ ସ୍ଥାନରେ ରହିଛି।

ଖାସ୍‌ ସେଥିପାଇଁ ଆଜିର ମ୍ୟାଚରେ ଆଫଗାନିସ୍ତାନକୁ ସମର୍ଥନ କରିବା ପାଇଁ ଭାରତୀୟ ସମର୍ଥକ ଷ୍ଟାଡିୟମ୍‌ରେ ଭିଡ଼ ଜମାଇବା ନିଶ୍ଚିତ । ଆଫଗାନିସ୍ତାନ ଏହି ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବା ସହ ସେମିରେ ପ୍ରବେଶ କରିବାକୁ ପ୍ରୟାସ କରିବ । ନ୍ୟୁଜିଲାଣ୍ଡ ମାତ୍ର ୧ ରନ୍‌ରେ ଜିତିଲେ ବି ସେମିରେ ପ୍ରବେଶ କରିବ । ଆଫଗାନିସ୍ତାନ ସ୍ୱଳ୍ପ ବ୍ୟବଧାନରେ ମ୍ୟାଚ୍‌ ଜିତିଲେ ଭାରତର ସେମି ଫାଇନାଲ୍‌ ସମ୍ଭାବନା ଦୁଇ ଗୁଣା ହୋଇଯିବ । କାରଣ ଅନ୍ତିମ ମୁକାବିଲାରେ ଭାରତ ଓ ନାମିବିୟା ପରସ୍ପରକୁ ଭେଟିବେ । ଭାରତ ଏହି ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବା ସହ ରନ୍‌ ରେଟ୍‌ରେ ଉଭୟ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ପଛରେ ପକାଇ ସେମିରେ ପ୍ରବେଶ କରିବ ।

ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ପ୍ରଥମ କରି ପରସ୍ପରକୁ ଭେଟିବେ । ଅବଶ୍ୟ ଉଭୟ ପୂର୍ବରୁ ୨୦୧୫ ଓ ୨୦୦୧୯ ଦିନିକିଆ ବିଶ୍ୱକପ୍‌ରେ ଭେଟି ସାରିଛନ୍ତି । ରସିଦ ଖାନ୍‌ ଓ ମୁଜିବ ଉର-ରେହମାନ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛନ୍ତି । ଆଜିର ମ୍ୟାଚ୍‌ରେ ମୁଜିବ ଖେଳିବା ନେଇ କୌଣସି ସୂଚନା ନାହିଁ । ବର୍ତ୍ତମାନ ଭାରତୀୟମାନେ ମୁଜିବଙ୍କ ଫିଟ୍‌ନେସ୍‌ କାମନା କରୁଛନ୍ତି । ଆଫଗାନିସ୍ତାନର ପ୍ରମୁଖ ଖେଳାଳି ହଜରତୁଲ୍ଲାହ ଜଜଇ, ମୋହମ୍ମଦ ଶହଜାଦ୍‌, ମହମ୍ମଦ ନବୀ ଦମଦାର ଖେଳ ପ୍ରଦର୍ଶନ କରିବା ପାଇଁ ପ୍ରାର୍ଥନା କରୁଛନ୍ତି ଭାରତୀୟ ଫ୍ୟାନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.