ଜିପିଏସ ଟ୍ରାକ୍ କରି ନିଜ ଚୋରା ଗାଡି ଖୋଜୁ ଖୋଜୁ ମାଲିକ ଜଣଙ୍କ ପହଁଚିଲେ କବାଡିଖାନାରେ, ତାପରେ ହେଲା କିଛି ଏମିତି

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ସହର ଶିତଳେଶ୍ୱର ଠାରେ ଥିବା ଏକ କବାଡିଖାନା ଉପରେ ପୋଲିସର ଚଢ଼ାଉ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ୍। ସୂଚନା ମୁତାବକ କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରି ହୋଇଥିଲା। ଗାଡି ମାଲିକ ନିଜ ଗାଡିର ଜି ପି ଏସ କୁ ଟ୍ରାକ କରି ଗାଡିର ପିଛା କରିଥିଲେ। ଗାଡିଟି ଯାଜପୁର ଅଭିମୁଖେ ଆସିବା ପରେ ଏହି କବାଡିଖାନାକୁ ଯାଇଥିଲା।

ଏନେଇ ପୋଲିସକୁ ଖବର ଦିଆଯିବା ପରେ ସେହି କବାଡି ଖାନା ଉପରେ ଚଢ଼ାଉ କରିଥିଲା ପୋଲିସ। ଏହି ଗାଡି ସହିତ ଅନ୍ୟ କେତେକ ଗାଡି ମଧ୍ୟ ଜବତ ହୋଇଛି। ଏହି କବାଡିଖାନାରେ ଜିଲ୍ଲା ଓ ଜିଲ୍ଲା ବାହାରର ଚୋରା ଗାଡି ଜବତ ହୋଇଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.