ୟାଜିଦି ଯୁବତୀଙ୍କୁ ଦୁଷ୍କର୍ମ ଅନ୍ୟାୟ ନୁହେଁ, ଏକଥା କହିଲେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ପତ୍ନୀ

ୟାଜିଦି ଝିଅମାନଙ୍କୁ ଦୁଷ୍କର୍ମ ଆଦୌ ଅନ୍ୟାୟ ନୁହେଁ । କୋରାନ୍‌ ଅନୁସାରେ ଯୁଦ୍ଧବନ୍ଦୀମାନଙ୍କୁ ତୁମେ ବସ୍ତୁ ଭାବେ ବ୍ୟବହାର କରି ପାରିବ । ତେଣୁ ଯେଉଁ ମହିଳାମାନଙ୍କୁ ଆଇଏସ୍‌ଆଇଏସ୍‌ ତାର ଗୋଲାମ୍‌ କରି ରଖିଛି ସେମାନଙ୍କ ସହ ଦୁଷ୍କର୍ମ କିମ୍ବା ସେମାନଙ୍କୁ ହତ୍ୟା କରିବା ଅନ୍ୟାୟ ନୁହେଁ ବୋଲି କହିଛନ୍ତି ଏହି ଆତଙ୍କୀ ସଂଗଠନର ଜଣେ ସଦସ୍ୟଙ୍କ ପତ୍ନୀ ।

ISIS-2

ଅବଶ୍ୟ ମହିଳା ଜଣକ କହିଛନ୍ତି ଯେ ସେ ନିଜେ କୋରାନ୍‌ରେ ଏକଥା ଲେଖା ଥିବା ପଢ଼ି ନାହାନ୍ତି କିନ୍ତୁ ଅନ୍ୟ ଠାରୁ ଶୁଣିଛନ୍ତି । ୟାଜିଦି ମହିଳାମାନେ ଆମ ସମ୍ପତ୍ତି । ନିଜ ସମ୍ପତ୍ତି ସହିତ ଯିଏ ଯେମିତି ବ୍ୟବହାର କରୁ ପଛେ ତାକୁ ଅନ୍ୟାୟ କୁହାଯିବ ନାହିଁ ବୋଲି ମହିଳା ଜଣକ କହିଛନ୍ତି ।
ଅନ୍ୟପକ୍ଷରେ ବାସ୍ତବ କଥା ହେଉଛି କୋରାନ୍‌ରୁ ସୁରା ୨୪ର ୩୩ତମ ସଂସ୍କରଣ ସ୍ପଷ୍ଟ ଲେଖା ଅଛି ଯେ ନିଜର ଆନନ୍ଦ ପାଇଁ ତୁମର ଦାସ ଭାବେ କାମ କରୁଥିବା ମହିଳାଙ୍କୁ ବାଧ୍ୟ କର ନାହିଁ । ଅନ୍ୟ ଏକ ସ୍ଥାନରେ ଲେଖା ଅଛି କି ଆଲ୍ଲାଙ୍କ ଶ୍ରଦ୍ଧା ପାଇବାକୁ ହେଲେ କଏଦୀମାନଙ୍କ ସହ ସମ୍ମାନ ପୂର୍ବକ ବ୍ୟବହାର କର । ହେଲେ କିଛି କଠୋରପନ୍ଥୀ ମହିଳା ଦାସୀ ରଖିବା ସପକ୍ଷରେ ମତ ଦିଅନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.