ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ : ମ୍ୟୁଜିକ ଫେଷ୍ଟିଭାଲରୁ ମିଳିଲା ୨୬୦ ମୃତଦେହ, ମୃତକଙ୍କ ସଂଖ୍ୟା ୧୧୦୦ ପାର୍
ହାମାସ ଆକ୍ରମଣ ପରେ ଏକ ମ୍ୟୁଜିକ୍ ଫେଷ୍ଟରୁ ପ୍ରାୟ ୨୬୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଇସ୍ରାଏଲରେ ଅତିକମରେ ୧୦ ଜଣ ନେପାଳି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱର ପ୍ରାୟ ୧୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି । ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଉଗ୍ର ରୂପ ଧାରଣ କରିଛି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ । ଆଜି ତୃତୀୟ ଦିନରେ ପହଞ୍ଚିଲାଣି ଯୁଦ୍ଧ। ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱର ପ୍ରାୟ ୧୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି । ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ହାମାସ ଇସ୍ରାଏଲର ପ୍ରାୟ ୧୦୦ ଲୋକଙ୍କୁ ବନ୍ଦୀ କରି ରଖିଛି । ଇସ୍ରାଏଲ ସେବା ହାମାସ ଉପରେ ଲଗାତାର ଆକ୍ରମଣ କରୁଛି ।
ଇସ୍ରାଏଲର ଉଦ୍ଧାରକାରୀ ସଂସ୍ଥା ଜାକା ରିପୋର୍ଟ ଅନୁଯାୟୀ, ହାମାସ ଆକ୍ରମଣ ପରେ ଏକ ମ୍ୟୁଜିକ୍ ଫେଷ୍ଟରୁ ପ୍ରାୟ ୨୬୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଇସ୍ରାଏଲରେ ଅତିକମରେ ୧୦ ଜଣ ନେପାଳି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଯୁଦ୍ଧରେ ୧୨ ଜଣ ଥାଇଲାଣ୍ଡ ନାଗରିକ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି ବୋଲି ଥାଇଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟର ଜଣେ ପ୍ରବକ୍ତା କହିଛନ୍ତି ।
Swords of Iron—42 hours in.
These are the NUMBERS.
This is the reality of Israel right now. pic.twitter.com/eUSNBFRgB2
— Israel Defense Forces (@IDF) October 8, 2023
ଇସ୍ରାଏଲ ହାମାସର ୪୦୦ ଫାଇଟରଙ୍କୁ ମାରିଛି । ଏହି ଯୁଦ୍ଧରେ ଇସ୍ରାଏଲର ୩୦ ସୈନିକ ମଧ୍ୟ ମରିଛନ୍ତି । ଇସ୍ରାଏଲ ଏୟାରଫୋର୍ସ ଏପର୍ଯ୍ୟନ୍ତ ହାମାସର ଅନେକ ସ୍ଥାନରେ ଆକ୍ରମଣ କରିଛି । ହାମାସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲିଡିଂ ଉପରେ ରକେଟ ମାଡ କରିଛି ଇସ୍ରାଏଲ ।
ଇସ୍ରାଏଲ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏଫିଲ ଟାଓ୍ଵର ଲାଇଟକୁ ବନ୍ଦ କରାଯାଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିଛନ୍ତି ।
ଇସ୍ରାଏଲର ସମର୍ଥନରେ ବାହାରିଛି ଆମେରିକା । ବିଶ୍ୱର ବିଭିନ୍ନ ଶକ୍ତିଶାଳୀ ଦେଶ ଇସ୍ରାଏଲକୁ ସମର୍ଥନ କରୁଛନ୍ତି । ଆମେରିକାର ଲଢୁଆ ବିମାନ ଆଲର୍ଟ ରହିଛି । ହାମାସର ନାଭାଲ କମାଣ୍ଡରଙ୍କୁ ଇସ୍ରାଏଲ ସେନା କଏଦ କରିଛି ।
This morning, I spoke with @IsraeliPM to express my full support for the people of Israel in the face of an unprecedented and appalling assault by Hamas terrorists.
We will remain in close contact over the coming days.
The U.S. will continue to stand with the people of Israel.
— President Biden (@POTUS) October 8, 2023
ସୂଚନାଯୋଗ୍ୟ, ପୁରୁଣା ବିବାଦକୁ ନେଇ ପାଲେଷ୍ଟାଇନର ହମାସ ସଂଗଠନ ଶନିବାର ସକାଳେ ଅଚାନକ ଇସ୍ରାଏଲ ଉପରେ ରକେଟ୍ ମାଡ କରିଥିଲା । ବିଭିନ୍ନ ସ୍ଥାନରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ରକେଟ୍ ମାଡ କରିଥିଲା ହମାସ ସଂଗଠନ । ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯୁଦ୍ଧ ଘୋଷଣା କରିଥିଲେ ।