ସୁନ୍ଦରଗଡ଼ରେ ମା’ ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ, ପଡୋଶୀ ରାଜ୍ୟର ଥାନାକୁ ଅଭିଯୁକ୍ତର ଫଟୋ ପଠାଇଲା ପୋଲିସ

ଦିଅର ସାଜିଥିଲା ଯୌନ ରାକ୍ଷାସ। ସୁନ୍ଦରଗଡ଼ରେ ମା' ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପୋଲିସର ଖୋଳତାଡ଼ ଆରମ୍ଭ । ପଡୋଶୀ ରାଜ୍ୟ ଛତିଶଗଡ, ଝାଡ଼ଖଣ୍ଡ ଓ ପଡୋଶୀ ଜିଲ୍ଲାର ସମସ୍ତ ଥାନାକୁ ଫଟୋ ପଠାଇଲା ସୁନ୍ଦରଗଡ଼ ପୋଲିସ ।

ଦିଅର ସାଜିଥିଲା ଯୌନ ରାକ୍ଷାସ। ସୁନ୍ଦରଗଡ଼ରେ ମା’ ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପୋଲିସର ଖୋଳତାଡ଼ ଆରମ୍ଭ । ପଡୋଶୀ ରାଜ୍ୟ ଛତିଶଗଡ, ଝାଡ଼ଖଣ୍ଡ ଓ ପଡୋଶୀ ଜିଲ୍ଲାର ସମସ୍ତ ଥାନାକୁ ଫଟୋ ପଠାଇଲା ସୁନ୍ଦରଗଡ଼ ପୋଲିସ । ଦୁଷ୍କର୍ମ ନେଇ ପୋଲିସ ନିକଟରେ କୌଣସି ସଠିକ୍ ସୂଚନା ନଥିବା କହିଛନ୍ତି ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ।

ପ୍ରାରମ୍ଭିକ ତଦନ୍ତ କରାଯାଇଛି । ଆହୁରି ତଦନ୍ତ ଏବଂ କାଉନସେଲିଂ ପରେ ସଠିକ୍ ତଥ୍ୟ ସାମ୍ନା କୁ ଆସିବା ନେଇ ଏସପି ସୂଚନା ଦେଇଛନ୍ତି । ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମା’, ଝିଅଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝିଅ ପାଟିରୁ କଥା ବାହାରୁ ନଥିବା ବେଳେ ଅଳ୍ପ କିଛି କଥା କହିଛନ୍ତି ମା’।

ଏମାନଙ୍କ ଘର ଝାଡ଼ଖଣ୍ଡରେ। ଘରେ ଆଉ ଦୁଇ ଝିଅ ଏବଂ ଜଣେ ସାନ ପୁଅ ରହିଛନ୍ତି । ସେହି ଗାଁର ଜଣେ ଯୁବକ ମା’ ଓ ଝିଅଙ୍କ ସହ ଦୁଷ୍କର୍ମ କରିଛନ୍ତି। ଏପରିକି ସୁନିଲ ନାମକ ଯୁବକ ପରିବାରର ସମସ୍ତ ମହିଳାଙ୍କ ସହ ଦୁଷ୍କର୍ମ କରୁଥିବା କଥା ମହିଳା ଅଭିଯୋଗ କରିଛନ୍ତି । ଅସହ୍ୟ ହେବାରୁ ସାନ ଝିଅ ସହ ମାଆ ଘର ଛାଡିଥିଲେ। ତେବେ କେଉଁ ପରିସ୍ଥିତିରେ ଉଭୟ ମା ଓ ଝିଅ ସୁନ୍ଦରଗଡ଼ ଆସିଲେ, ତାଙ୍କୁ କିଏ ଆଣିଲା ଏନେଇ ତଦନ୍ତ ଆରମ୍ଭ ହୋଇଛି ।

ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଆସ୍ଥା ଗୃହକୁ ଯାଇ ମହିଳାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ପ୍ରକିୟାକୁ ଆଗକୁ ବଢ଼ାଇଛି । ଅନ୍ୟପଟେ ଆସ୍ଥା ଗୃହର ଅଧିକାରୀ କହିଛନ୍ତି ଦୁଇ ମା’ ଓ ଝିଅଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି । ଗତ ୬ ତାରିଖରେ ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ସଂପୂର୍ଣ୍ଣ ଉଲଗ୍ନ ହୋଇ ମାଆ ଓ ଝିଅ ଚାଲିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.