ଅଧାରୁ ବି କମ୍‌ ମୂଲ୍ୟରେ ମିଳୁଛି ଏହି ସ୍ମାର୍ଟୱାଚ୍, ଜାଣନ୍ତୁ ପୁରା ଅଫର

ଆମାଜନ୍‌ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍‌ ୨୦୨୩ ଆରମ୍ଭ ହୋଇଯାଇଛି । ଯେଉଁଥିରେ ସ୍ମାର୍ଟୱାଚ୍ କିଣିବା ଉପରେ ଭାରି ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ ଏତେ ଅଧିକ ରହିଛି ଯେ, ଗ୍ରାହକମାନେ ଅଧାରୁ ବି କମ୍‌ ମୂଲ୍ୟରେ AMOLED ଡିସପ୍ଲେ ସ୍ମାର୍ଟୱାଚ୍ କିଣି ପାରିବେ ।

ଆମାଜନ୍‌ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍‌ ୨୦୨୩ ଆରମ୍ଭ ହୋଇଯାଇଛି । ଯେଉଁଥିରେ ସ୍ମାର୍ଟୱାଚ୍ କିଣିବା ଉପରେ ଭାରି ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ ଏତେ ଅଧିକ ରହିଛି ଯେ, ଗ୍ରାହକମାନେ ଅଧାରୁ ବି କମ୍‌ ମୂଲ୍ୟରେ AMOLED ଡିସପ୍ଲେ ସ୍ମାର୍ଟୱାଚ୍ କିଣି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ସ୍ମାର୍ଟୱାଚ୍ରେ ଆମାଜନ୍‌ ଭାରି ଡିସକାଉଣ୍ଟ ଦେଉଛି ।

Noise ColorFit Pro 4 Alpha :
Noiseର ଏହି ସ୍ମାର୍ଟୱାଚ୍ ୧,୯୯୯ ଟଙ୍କାରେ ମିଳୁଛି । ଏଥିରେ ୧.୭୮ ଇଞ୍ଚର AMOLED ରାଉଣ୍ଡ ଡିସପ୍ଲେ, ଫଙ୍କ୍ସନାଲ୍‌ କ୍ରାଉନ୍‌ ଏବଂ ଷ୍ଟେସ୍‌ ଟ୍ରାକିଂ ସହିତ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍‌ ଟ୍ରାକିଂ ଫିଚର ଅଛି । ଏହି ଘଣ୍ଟା ସାମାନ୍ୟ ବ୍ୟବହାରରେ ସାତ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ସପୋର୍ଟ ଦେଇଥାଏ । ଏହାର ପ୍ରକୃତ ମୂଲ୍ୟ ହେଉଛି ୭,୯୯୯ ଟଙ୍କା ଯେଉଁଥିରେ ଭାରି ଡିସକାଉଣ୍ଟ ଦିଆଯାଉଛି ।

boAt Xtend Plus :
ଆମାଜନରେ boAt Xtend Plusର ଦାମ୍‌ ୧,୯୯୯ ଟଙ୍କା ରହିଛି । ଏଥିରେ ୧.୭୮ ଇଞ୍ଚର AMOLED ଡିସପ୍ଲେ, ୧୦୦ରୁ ଅଧିକ ସ୍ପୋର୍ଟ୍ସ ମୋଡ୍‌, ଷ୍ଟ୍ରେସ୍ ଟ୍ରାକିଂ ସହିତ ଅଲେଓ୍ଵଜ୍‌ ଅନ୍ ଡିସପ୍ଲେ ଏବଂ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍‌ ଟ୍ରାକିଂ ଫିଚର ଅଛି । ଏହି ଓ୍ଵାଚରେ ୭୦୦ ନିଟ୍ସ ବ୍ରାଇଟନେସ୍‌ ମିଳିଥାଏ । ଏବଂ ସାମାନ୍ୟ ବ୍ୟବହାର କଲେ ଏହା ୭ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ସପୋର୍ଟ ଦେଇଥାଏ । ଏହାର ପ୍ରକୃତ ପ୍ରାଇସ୍‌ ୮,୯୯୯ ଟଙ୍କା କିନ୍ତୁ ଡିସକାଉଣ୍ଟ ପରେ ଏହା ଏତେ ଶସ୍ତାରେ ମିଳୁଛି ।

Fire-Boltt Visionary :
Fire-Boltt Visionary ୨,୧୯୯ ଟଙ୍କାରେ ମିଳୁଛି । ଏଥିରେ ୧,୭୮ ଇଞ୍ଚର AMOLED ଡିସପ୍ଲେ, ୧୦୦ରୁ ଅଧିକ ସ୍ପୋର୍ଟ୍ସ ମୋଡ, ଅଲେଓ୍ଵଜ୍‌ ଅନ୍‌ ଡିସପ୍ଲେ ଏବଂ ଷ୍ଟ୍ରେସ୍‌ ଟ୍ରାକିଂ ସହିତ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍‌ ଟ୍ରାକିଂ ଫିଚର୍ସ ମିଳିଥାଏ । ଏହି ଘଣ୍ଟାରେ ୭୦୦ ନିଟ୍ସ ବ୍ରାଇଟନେସ୍‌ ମିଳିଥାଏ ଏବଂ ସାମାନ୍ୟ ବ୍ୟବହାରରେ ଏହା ପାଞ୍ଚ ଦିନର ବ୍ୟାଟେରୀ ଲାଇଫ ଦେଇଥାଏ । ଏହା ସହିତ ଏଥିରେ IP68 ଓ୍ଵାଟର ରେସିଷ୍ଟାଣ୍ଟ ଏବଂ AI ଭଏସ୍ ଆସିଷ୍ଟେନ୍ସକୁ ସପୋର୍ଟ କରେ ।

NoiseFit Halo:
ଆମାଜନରେ NoiseFit Haloର ଦାମ୍‌ ୨,୪୯୯ ଟଙ୍କା ରହିଛି । ଏଥିରେ ୧.୪୩ ଇଞ୍ଚର AMOLED ରାଉଣ୍ଡ ଡିସପ୍ଲେ ଏବଂ ଷ୍ଟ୍ରେସ୍ ଟ୍ରାକିଂ ସହିତ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍‌ ଟ୍ରାକିଂ ଫିଚର ଅଛି । ଏହି ଘଣ୍ଟା ସାମାନ୍ୟ ବ୍ୟବହାରରେ ସାତ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ସପୋର୍ଟ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
1 Comment
  1. Samir kanta pradhan says

    Don’t buy any smart watch…
    After 6months battery backup is zero.

Leave A Reply

Your email address will not be published.