୮୨.୪ କେଜି ଗଂଜେଇ ଜବତ , ଜଣେ ଗିରଫ

ଗଞ୍ଜାମ ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି 82 କେଜି 400 ଗ୍ରାମ ଗଞ୍ଜେଇ | ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ରାସ୍ତାରେ ପୋଲିସର ଚେକିଂ ସମୟରେ ଏକ ଡାଲା ଅଟୋକୁ ଯାଞ୍ଚ କରାଯାଇଥିବା ବେଳେ ଏହି ଗଂଜେଇ ଜବତ ହୋଇଛି |

ବ୍ରହ୍ମପୁର : ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି 82 କେଜି 400 ଗ୍ରାମ ଗଞ୍ଜେଇ | ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ରାସ୍ତାରେ ପୋଲିସର ଚେକିଂ ସମୟରେ ଏକ ଡାଲା ଅଟୋକୁ ଯାଞ୍ଚ କରାଯାଇଥିବା ବେଳେ ଏହି ଗଂଜେଇ ଜବତ ହୋଇଛି |

ଏକ ଡାଲା ଅଟୋରେ ଗଞ୍ଜେଇ ଚାଲାଣ ନେଇ ପୋଲିସ ପୂର୍ବରୁ ସୂଚନା ପାଇଥିଲା | ଫଳରେ ସୂଚନା ଆଧାରରେ ପୂର୍ବରୁ ଜଗି ବସିଥିଲା ପୋଲିସ | ପୋଲିସ ଅଟୋ ସହ ଗଂଜେଇ ଜବତ କରି କେ, ନୂଆଗାଁ ଥାନା ସହଦେଵ ଟିକରପଡାର ସନ୍ତୋଷ କୁମାର ଗୌଡ଼କୁ ଗିରଫ କରିଛି | ପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ l ଜବତ ଗଞ୍ଜେଇ ତହସିଲଦାରଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.