ଦେଶର ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ
ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଅପରାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ।
ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ନିର୍ବାଚନ ନେଇ ଆଜି ଘୋଷଣା ହେବ ତାରିଖ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଅପରାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ।
CEC Rajiv Kumar along with EC Anup Chandra Pandey & EC Arun Goel to address a PC at 12 noon on announcement of #Schedule of #Elections to 5 State Legislative Assemblies at Rangbhawan Auditorium, New Delhi.
Watch live here 👇 https://t.co/7piwn3fZQv#AssemblyElections2023 #ECI pic.twitter.com/GvR8oCan6E
— Election Commission of India #SVEEP (@ECISVEEP) October 9, 2023
୫ଟି ରାଜ୍ୟର ନିର୍ବାଚନ କମିଶନଙ୍କ ସହିତ ନିର୍ବାଚନ କମିଶନ ଗତ ଶୁକ୍ରବାର ଦିଲ୍ଲୀରେ ବୈଠକ କରିଥିଲେ । ନିର୍ବାଚନ ଶାନ୍ତି ଏବଂ ନିରପେକ୍ଷ ଭାବେ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା । ନିର୍ବାଚନକୁ ସମ୍ପୂର୍ଣ୍ଣ ରୂପେ ହିସାଂମୁକ୍ତ କରିବା ସହ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବର ଓ ୨୦୨୪ ଜାନୁଆରୀ ମଧ୍ୟରେ ଉପରୋକ୍ତ ୫ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ରାଜ୍ୟ ବିଧାନସଭା କାର୍ଯ୍ୟକାଳ ଶେଷ ହେବାର ୬ରୁ ୮ ସପ୍ତାହ ପୂର୍ବରୁ ଭାରତର ନିର୍ବାଚନ କମିଶନ ସାଧାରଣତଃ ସମୟ-ନିର୍ଘଣ୍ଟ ଧାର୍ଯ୍ୟ କରାଯାଏ । ୨୦୧୮ ମସିହାରେ ମିଜୋରାମ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ରାଜ୍ୟରେ ଏକ ସଙ୍ଗେ ବିଧାନସଭା ନିର୍ବାଚନ ହୋଇଥିଲା । ଛତିଶଗଡ଼ରେ ପୂର୍ବ ଥରପରି ଏଥର ବି ଦୁଇ ଥର ନିର୍ବାଚନ ହେବାର ସମ୍ଭାବନା ଥିବା ଆକଳନ କରାଯାଉଛି ।