୧୮ ଟିକିଆ ହାତୀପଲଙ୍କ ଉତ୍ପାତ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବାଉଁଶୁଳି ଗାଁରେ ପଶିଲେ ୧୮ ଟିକିଆ ହାତୀପଲ । ଗାଁରେ ପଶି ହାତୀପଲ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏଥର ଚାଷୀମାନେ ବହୁ ଜମିରେ ଚାଷ କରିଛନ୍ତି ।

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବାଉଁଶୁଳି ଗାଁରେ ପଶିଲେ ୧୮ ଟିକିଆ ହାତୀପଲ । ଗାଁରେ ପଶି ହାତୀପଲ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏଥର ଚାଷୀମାନେ ବହୁ ଜମିରେ ଚାଷ କରିଛନ୍ତି । ବର୍ଷ ଯାକର ଫସଲ ନଷ୍ଟ ହେବାକୁ ନେଇ ଏବେ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି ।

ତେବେ 40 ଏକରରୁ ଉର୍ଦ୍ଧ୍ବ ଅଂଚଳରେ କାର୍ଯ୍ୟ କରୁଥିବା ସରକାରୀ ନର୍ସରୀ ଭିତରେ ହାତୀପଲ ପଶି ଉତ୍ପାତ ମଚାଇଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ସ୍ଥିତି ଅନୁଧ୍ୟାନ କରିବା ସହ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.