Below header

ଶିକ୍ଷକଙ୍କ ଗୋଇଠା ମାଡ଼ରେ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଶିକ୍ଷକଙ୍କ ଗୋଇଠା ମାଡ଼ରେ ଛାତ୍ର ମୃତ୍ୟୁ ଘଟଣାରେ ସ୍କୁଲରେ ଉତ୍ତେଜନା ପରେ ସ୍କୁଲ ଶିକ୍ଷକଙ୍କ ସହ ସ୍କୁଲ ପରିଚାଳନା କମିଟି ଓ ଆଲୁମିନିଙ୍କ ବୈଠକ ହୋଇଛି । ସ୍କୁଲରେ ଶୈକ୍ଷିକ ପରିବେଶ ସୃଷ୍ଟି ସହ ପାଠପଢ଼ା ସ୍ୱଭାବିକ କରିବା ପାଇଁ ଶିକ୍ଷକଙ୍କୁ ନୈତିକ ସମର୍ଥନ ଜଣାଇଲେ ସ୍କୁଲ୍ କମିଟି । ଛାତ୍ର ମୃତ୍ୟୁକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ବାଲେଶ୍ଵର(କେନ୍ୟୁଜ୍):  ଶିକ୍ଷକଙ୍କ ଗୋଇଠା ମାଡ଼ରେ ଚାଲିଗଲା ୧୫ବର୍ଷ ଛାତ୍ରର ଜୀବନ । ଘଟଣାଟି ଶୁଣିଲା ବେଳକୁ ଛାତି ଥରି ଉଠୁଛି । ଜଣେ ଶିକ୍ଷକ ଏତେ ନିଷ୍ଠୁର କେମିତି ହୋଇପାରିବ । ନିଜ ଛାତ୍ରକୁ ଏମିତି ଗୋଇଠା ମାରିବାକୁ ତାଙ୍କ ଗୋଡ କେମିତି ଉଠିପାରିବ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ କୁଳି ଗାଁ ବଂଶୀଧର ବିଦ୍ୟାପୀଠରେ । ବିଦ୍ୟାପୀଠର ହିନ୍ଦୀ ଶିକ୍ଷକଙ୍କ ମାଡ଼ରେ ଛାତ୍ର ମୃତ୍ୟୁ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପରିବାର ଲୋକଙ୍କ ପକ୍ଷରୁ ଏଭଳି ଅଭିଯୋଗ ପରେ ଗତକାଲି ସ୍କୁଲ ଆଗରେ ମୃତ ଛାତ୍ରଙ୍କ ଶବ ରଖି ପ୍ରତିବାଦ କରିଥିଲେ ପରିବାର ଲୋକେ । ତେବେ ଛାତ୍ର ମୃତ୍ୟୁ ଘଟଣାକୁ ଆଜି ଜିଲ୍ଲା ଶିକ୍ଷା ବିଭାଗ ତଦନ୍ତ କରିବ । ଏପଟେ ଘଟଣାକୁ ନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଛି ।

ଗତକାଲି ଶିକ୍ଷକ ଜଣଙ୍କୁ ଗିରଫ କରିବା ପ୍ରତିବାଦରେ ସ୍କୁଲ୍ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକେ । ତେବେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ଉତ୍ତେଜନା ପରେ ଘଟଣାସ୍ଥଳରେ ରେମୁଣା ତହସିଲଦାର ଓ ଖନ୍ତାପଡ଼ା ପୋଲିସ୍ ପହଞ୍ଚି ତଦନ୍ତ କରିବା ସହ ଉତ୍ତେଜନାକୁ ଆୟତ କରିବାକୁ ଉଦ୍ୟମ କରିଥିଲା । ରେଡ୍ କ୍ରସ୍ ପକ୍ଷରୁ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ପରେ ମୃତ ଛାତ୍ରଙ୍କ ଶବ ସତ୍କାର କରାଯାଇଥିଲା । ଏପଟେ ହିନ୍ଦୀ ଶିକ୍ଷକ ମନୋରଞ୍ଜନ ମଲ୍ଲିକଙ୍କ ନାମରେ ଖନ୍ତାପଡ଼ା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣା ଏବେ ପୋଲିସ୍ ଅଧୀନରେ ରହିଛି । ଅନ୍ୟପଟେ ସଂପୃକ୍ତ ଶିକ୍ଷକଙ୍କର ଏନେଇ କୌଣଷି ପ୍ରତିକ୍ରିୟା ମିଳିପାରିନାହିଁ ।

ଏପଟେ ଗତକାଲି ସ୍କୁଲରେ ଉତ୍ତେଜନା ପରେ  ସ୍କୁଲ ଶିକ୍ଷକଙ୍କ ସହ ସ୍କୁଲ ପରିଚାଳନା କମିଟି ଓ ଆଲୁମିନିଙ୍କ ବୈଠକ ହୋଇଛି । ସ୍କୁଲରେ ଶୈକ୍ଷିକ ପରିବେଶ ସୃଷ୍ଟି ସହ ପାଠପଢ଼ା ସ୍ୱଭାବିକ କରିବା ପାଇଁ ଶିକ୍ଷକଙ୍କୁ ନୈତିକ ସମର୍ଥନ ଜଣାଇଲେ ସ୍କୁଲ୍ କମିଟି । ସ୍କୁଲରେ ରେମୁଣା ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚିଥିଲେ । ଛାତ୍ର ମୃତ୍ୟୁକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆଜି ପ୍ରଧାନ ଶିକ୍ଷୟିତ୍ରୀ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବେ ଶିକ୍ଷା ବିଭାଗକୁ । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷା ବିଭାଗର ଆଲୋଚନା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.