ଆଉଟ୍‌ ହେବା ପରେ ଡ୍ରେସିଂ ରୁମରେ ରାଗିଗଲେ କୋହଲି, ଭିଡିଓ ଭାଇରଲ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ମ୍ୟାଚରେ ଆଉଟ ହେବା ପରେ ବିରାଟ କୋହଲି ନିଜ ରାଗ ଡ୍ରେସିଂ ରୁମରେ କାଢିଛନ୍ତି । ଏହି ମ୍ୟାଚରେ ଶତକରୁ ବଞ୍ଚିତ ହୋଇଥିବା କୋହଲି ନିଜ ରାଗ ଡ୍ରେସିଂ ରୁମରେ ସାରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ମ୍ୟାଚରେ ଭାରତ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚର ହିରୋ ସାଜିଥିଲେ ବିରାଟ କୋହଲି ଏବଂ କେଏଲ ରାହୁଲ । ଉଭୟ ଭାରତର ବିଜୟର ସମାନ ହକଦାର ରହିଥିଲେ । ଏହି ମ୍ୟାଚରେ ବିରାଟ ୧୧୬ ବଲ ଖେଳି ୮୫ ରନ୍‌ କରି ଆଉଟ ହୋଇଯାଇଥିଲେ । ଶତକରୁ ବଞ୍ଚିତ ହୋଇଥିବା ବିରାଟ ନିଜର ରାଗ ଡ୍ରେସିଂ ରୁମରେ ସାରିଥିଲେ ।

ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ବିରାଟ କୋହଲି ଡ୍ରେସିଂ ରୁମରେ ବସି ନିଜ ମଥାକୁ ପିଟୁଛନ୍ତି । ନିଜ ଭୁଲ୍‌ ସଟ ପାଇଁ ବିରାଟ ମନେ ମନେ ବହୁତ ବ୍ୟଥିତ ଥିବା ଦେଖିବାକୁ ମିଳିଛି । ମ୍ୟାଚରେ ବିରାଟ ୧୧୬ ବଲରେ ୮୫ ରନ୍‌ କରିଥିବା ବେଳେ ହେଜଲଉଡ ବଲରେ କ୍ୟାଚ୍‌ ଆଉଟ ହୋଇଥିଲେ । ଯଦି ଏଭଳି ବଲକୁ ସଟ୍‌ ମାରିନଥାନ୍ତେ, ତେବେ ନିଜ କ୍ୟାରିଅର ୪୮ ତମ ଶତକ ପୂରଣ କରିଥାନ୍ତେ । ଏଭଳି ଭୁଲ ଯୋଗୁଁ ଆଉଟ ହୋଇ ଡ୍ରେସିଂ ରୁମକୁ ଯିବା ପରେ ବିରାଟ ନିଜ ସଟ୍‌ ରିପ୍ଲେ ଦେଖିବା ପରେ ରାଗିଯାଇଥିଲେ । ନିରାଶ ହୋଇ ନିଜ ମଥାକୁ ହାତରେ ପିଟିଲାଗିଲେ ।

ଯାହାକୁ ଦେଖିବା ପାଇଁ ଫ୍ୟାନ୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି ବିରାଟଙ୍କ ଫ୍ୟାନ୍ସ ।

ଏହି ମ୍ୟାଚରେ କେଏଲ ରାହୁଲ ୯୭ ରନ୍‌ କରି ଅପରାଜିତ ରହିଥିଲେ । ତେଣୁ ତାଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ଆଓ୍ଵାର୍ଡ ମିଳିଥିଲା । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ହେଲେ ଭାରତୀୟ ବୋଲରଙ୍କ ଆଗରେ ମାତ୍ର ୧୯୯ ରନରେ ଅଲଆଉଟ ହୋଇଯାଇଥିଲା । ଏହାକୁ ଭାରତ ୪୧ ଓଭରରେ ଜିତିନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.