ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଝଟ୍କା, ଜାମିନ୍ ଆବେଦନ ଖାରଜ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ
ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣିଥରେ ଝଟ୍କା ଲାଗିଛି। ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ।

ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣିଥରେ ଝଟ୍କା ଲାଗିଛି। ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଆଗୁଆ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ। ୩ ଦୁର୍ନୀତି ଅମରାବତୀ ଇନର ରିଙ୍ଗ୍ ରୋଡ୍, ଫାଇବର ନେଟ୍ ଏବଂ ଅଙ୍ଗୁଲ୍ଲ ହିଂସା ମାମଲାରେ କୋର୍ଟ ତାଙ୍କ ଜାମିନ୍ ପିଟିସନକୁ ଖାରଜ କରିଥିବା ସୂଚନା ରହିଛି।
କହି ରଖୁଛୁ, ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସିଆଇଡି ଗିରଫ କରିଥିଲା। ଏହି ମାମଲା ଆନ୍ଧ୍ର ପ୍ରଦେଶରେ ଉତ୍କଷ୍ଟ କେନ୍ଦ୍ରର କ୍ଲଷ୍ଟର ପ୍ରତିଷ୍ଠା ସହିତ ଜଡ଼ିତ ରହିଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୩୩୦୦ କୋଟି ଟଙ୍କା। କିନ୍ତୁ ଜାଲିଆତି ହେତୁ ରାଜ୍ୟ ସରକାରଙ୍କୁ ୩୦୦ କୋଟିରୁ ଅଧିକ ଟଙ୍କା କ୍ଷତି ସହିବାକୁ ପଡ଼ିଥିବା ଏଜେନ୍ସି ଅଧିକାରୀମାନେ ଦାବି କରିଥିଲେ।
ଚନ୍ଦ୍ରବାବୁ ନାଇଡୁଙ୍କୁ ରାତି ଅଧିଆ ଗିରଫ କରିଥିଲା ଆନ୍ଧ୍ର ପ୍ରଦେଶ ସିଆଇଡି ପୋଲିସ। ରାଜ୍ୟ ଦକ୍ଷତା ବିକାଶରେ ୩୭୧ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ନନ୍ଦୟାଲସ୍ଥିତ ଏକେ ଫଙ୍କସନ୍ ହଲରୁ ତାଙ୍କୁ ଗିରଫ କରିଥିଲା ସିଆଇଡି। ପ୍ରିଭେନସ୍ ଅଫ୍ କରପସନ୍ ଆକ୍ଟରେ ଗିରଫ ହୋଇଥିଲେ ଚନ୍ଦ୍ରବାବୁ ନାଇଡୁ। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ୨୦୨୧ ମସିହାରେ ଏହି ଦୁର୍ନୀତି ମାମଲା ହୋଇଥିଲା। ଚନ୍ଦ୍ରବାବୁଙ୍କ ବିରୋଧରେ ଜାରି ହୋଇଥିଲା ଆରେଷ୍ଟ ୱାରେଣ୍ଟ।