ନୈନିତାଲରେ ଖାଇକୁ ଖସିଲା ବସ୍, ୭ ମୃତ
ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି । ବସ୍ରେ ୩୨ ଜଣ ଯାତ୍ରୀ ରହିଥିବା ବେଳେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ନୈନିତାଲ ବୁଲିବାକୁ ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।
ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ପ୍ରାଣ ଚାଲିଯାଇଛି । ବସ୍ କାଲାଡୁଙ୍ଗି ରୋଡରେ ଘଟଗଡ ପାଖରେ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ଏସଡିଆରଏଫ ଟିମ୍, ଦମକଳ ବିଭାଗ, ନୈନିତାଲ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ତେବେ ଏହି ବସ୍ରେ ୩୨ ଜଣ ଲୋକ ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏମାନେ ହରିୟାଣା ହିସାରରୁ ନୈନିତାଲ ବୁଲିବାକୁ ଆସିଥିଲେ । ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ଖବର ମୁତାବକ, ହରିୟାଣା ହିସାରରୁ ନୈନିତାଲ ବୁଲିବାକୁ ଆସିଥିବା ବସ୍ କାଲାଡୁଙ୍ଗି ରୋଡରେ ଥିବା ଏକ ଖାଇକୁ ଖସିପଡିଥିଲା । ଫଳରେ ଏଥିରେ ଥିବା ୩୨ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୭ ଜଣ ପ୍ରାଣ ହରାଇଥିଲେ । ଅନ୍ୟ ଆତହଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ବସ୍ ଚାଳକ ସହିତ ୭ ବର୍ଷୀୟ ବାଳିକା ଏବଂ ୫ ଜଣ ମହିଳା ରହିଛନ୍ତି । ସେମାନେ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଏସଡିଆରଏଫ ଟିମ୍, ଦମକଳ ବିଭାଗ, ନୈନିତାଲ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ତେବେ ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା ।
#WATCH | Uttarakhand: 3 people died in Nainital bus accident. 18 rescued so far and further rescue operations underway: SSP Nainital P N Meena https://t.co/S3ZJzqlIcP pic.twitter.com/QDxooLHsKt
— ANI UP/Uttarakhand (@ANINewsUP) October 8, 2023