Below header

ଗାଜା ସହରରେ ଇସ୍ରାଏଲ ବାୟୁସେନାର ବୋମାମାଡ଼ ଜାରି, ମୃତ୍ୟୁସଂଖ୍ୟା ୩୬୦୦ ଟପିଲା

୬ ଦିନ ହେବ ଇସ୍ରାଏଲ୍ ଓ ପାଲେଷ୍ଟାଇନର ଆତଙ୍କବାଦୀ ଗୋଷ୍ଠୀ ହମାସ ଭିତରେ ଘମାଘୋଟ ଲଢ଼େଇ ଚାଲିଛି । ଯୁଦ୍ଧ ଘନଘଟା ଭିତରେ ମୃତ୍ୟୁସଂଖ୍ୟା ୩୬୦୦ରେ ପହଞ୍ଚିଛି । ଇସ୍ରାଏଲର ୧୨ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଗାଜାରେ ୧୧ଶହରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହେଲାଣି । ସେହିପରି ୧୫ଶହରୁ ଅଧିକ ହାମାସ ଆତଙ୍କବାଦୀଙ୍କୁ ଇସ୍ରାଏଲ ନିପାତ କରିଥିବା କହୁଛି ।

ଗାଜାରେ ହାମାସ ଆତଙ୍କବାଦୀଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଉଛି ଇସ୍ରାଏଲ୍ । ପାଲେଷ୍ଟାଇନର ଆତଙ୍କବାଦୀ ଗୋଷ୍ଠୀକୁ ନିପାତ କରିବା ପାଇଁ ଚାଲିଛି ଆକ୍ରମଣ । ଘନଘନ ଏୟାରଷ୍ଟ୍ରାଇକରେ ହାମାସର ଆଡ୍ଡାକୁ ଉଡ଼ାଉଛି ଇସ୍ରାଏଲ୍ ସେନା । ଇସ୍ରାଏଲର ସାଂଘାତିକ ହମଲା ପରେ ଅନ୍ଧାରରେ ଏବେ ଗାଜା ଷ୍ଟ୍ରିପ । ବିଜୁଳି ନାହିଁ । ଗାଜାରେ ରହିଛି ମାତ୍ର ଗୋଟିଏ ମାତ୍ର ପାୱାର ପ୍ଲାଣ୍ଟ । ସେଠାରେ ଇନ୍ଧନ ଯୋଗାଣ ବନ୍ଦ ହେବାରୁ ଉତ୍ପାଦନ ଠପ୍ ହୋଇଛି । ଗତ ୯ ତାରିଖରେ ଗାଜା ସୀମାକୁ କବଜା କରି ସିଲ୍ କରିବା ପରେ ଇସ୍ରାଏଲ୍ ସେନା ଗାଜାକୁ ବନ୍ଦ କରି ଦେଇଥିଲା ବିଜୁଳି ଯୋଗାଣ ।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଯେ, ଆମେ ହାମାସକୁ ପୃଥିବୀରୁ ବିନାଶ କରିଦେବୁ । ନେତାନ୍ୟାହୁ ସାମୟିକ ଭାବରେ ନିଜର ରାଜନୈତିକ ମତଭେଦକୁ ଦୂରେଇ ରଖିଛନ୍ତି ଏବଂ ଯୁଦ୍ଧ ମଧ୍ୟରେ ବିରୋଧୀଙ୍କୁ ସରକାରରେ ଅନ୍ତର୍ଭୁକ୍ତ କରିଛନ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜଙ୍କୁ ମଧ୍ୟ ଏହି ନୂତନ ଜରୁରୀକାଳୀନ ସରକାରରେ ଅନ୍ତର୍ଭୁକ୍ତ କରାଯାଇଛି ।

ପ୍ରଥମେ ଗାଜାର ଆଖପାଖ ଅଞ୍ଚଳକୁ ନିଜ ଦଖଲକୁ ନେଇଥିବା ଇସ୍ରାଏଲ ଏବେ ଆଉ ପାଦ ଆଗେଇଛି । ଖୁବଶୀଘ୍ର ଇସ୍ରାଏଲ କବଜାକୁ ଗାଜା ଚାଲି ଆସିବ । ଦୁଇ ଦିନ ତଳେ ଇସ୍ରାଏଲ ପକ୍ଷରୁ ଗାଜାକୁ ସଂପୂର୍ଣ୍ଣ ଅନ୍ଧକାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ସେହିପରି ଇସ୍ରାଏଲ ଖାଦ୍ୟ ଓ ତେଳ ଯୋଗାଣ ଗାଜାକୁ ବନ୍ଦ କରି ଦେଇଥିଲା ।

୬ ଦିନ ହେବ ଇସ୍ରାଏଲ୍ ଓ ପାଲେଷ୍ଟାଇନର ଆତଙ୍କବାଦୀ ଗୋଷ୍ଠୀ ହମାସ ଭିତରେ ଘମାଘୋଟ ଲଢ଼େଇ ଚାଲିଛି । ଯୁଦ୍ଧ ଘନଘଟା ଭିତରେ ମୃତ୍ୟୁସଂଖ୍ୟା ୩୬୦୦ରେ ପହଞ୍ଚିଛି । ଇସ୍ରାଏଲର ୧୨ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଗାଜାରେ ୧୧ଶହରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହେଲାଣି । ସେହିପରି ୧୫ଶହରୁ ଅଧିକ ହାମାସ ଆତଙ୍କବାଦୀଙ୍କୁ ଇସ୍ରାଏଲ ନିପାତ କରିଥିବା କହୁଛି । ଗାଜା ଷ୍ଟ୍ରିପରେ ଇସ୍ରାଏଲ୍ ବୋମାବର୍ଷା ପାଇଁ ୨୬୦,୦୦୦ରୁ ଅଧିକ ଲୋକ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଧ୍ବସଂସ୍ତୁପ ପାଲଟିଲାଣି ଗାଜା ଓ ଇସ୍ରାଏଲର ବହୁ ସହର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.