Below header

ମିଶନ ସୂର୍ଯ୍ୟ: ପୃଥିବୀର ତୃତୀୟ କକ୍ଷପଥକୁ ଗଲା ଆଦିତ୍ୟ L1, ଟ୍ଵିଟ କରି ସୂଚନା ଦେଲା ଇସ୍ରୋ

ତୃତୀୟ କକ୍ଷପଥକୁ ଗଲା ଆଦିତ୍ୟ L1। ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1 । ଆଜି ସକାଳ ୨ଟା ୪୫ ମିନିଟରେ ମିନିଟରେ ଦ୍ବିତୀୟ ଆର୍ଥ ବାଉଣ୍ଡ ଫାୟାରିଂ କରାଯାଇଛି ।

ନୂଆଦିଲ୍ଲୀ : ତୃତୀୟ କକ୍ଷପଥକୁ ଗଲା ଆଦିତ୍ୟ L1। ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1 । ଆଜି ସକାଳ ୨ଟା ୪୫ ମିନିଟରେ  ଦ୍ବିତୀୟ ଆର୍ଥ ବାଉଣ୍ଡ ଫାୟାରିଂ କରାଯାଇଛି । ରବିବାର ପ୍ରଥମ କକ୍ଷପଥ ପରିବର୍ତ୍ତନ ପରେ ଆଜି ପୃଥିବୀର ତୃତୀୟ କକ୍ଷପଥକୁ ପ୍ରବେଶ କରିଛି ଆଦିତ୍ୟ L1 । ଏନେଇ ଟ୍ଵିଟ କରି ସୂଚନା ଦେଇଛି ଇସ୍ରୋ ।

ଦ୍ବିତୀୟ ଆର୍ଥ ବାଉଣ୍ଡ ମାନୋଭର ବର୍ତ୍ତମାନ ୨୮୨ କିଲୋମିଟର ଗୁଣନ ୪୦ ହଜାର ୨୨୫ କିଲୋମିଟର କକ୍ଷପଥରେ ରହିଛି । ଧୀରେ ଧୀରେ ଦୀର୍ଘ ଅଣ୍ଡାକୃତି କକ୍ଷପଥରେ ଘୂରି ଘୂରି ଗନ୍ତବ୍ୟ ସ୍ଥଳକୁ ଯିବ । ୧୬ ଦିନ ଯାଏ ଆଦିତ୍ୟ L1 ପୃଥିବୀଭିତ୍ତିକ କକ୍ଷପଥରେ ରହିବ । ଏହି ସମୟ କାଳ ମଧ୍ୟରେ ୫ଟି କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା ରହିଛି । ସେପ୍ଟେମ୍ବର ୧୦ ତାରିଖ ଅପରାହ୍ନ ସାଢେ ୨ଟାରେ ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ନେଇ ସମୟ ସ୍ଥିର କରିଛି ଇସ୍ରୋ । ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ L1କୁ ୧୨୫ ଦିନ ସମୟ ଲାଗିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.