ଏସିଆ କପରେ ସୁପର-୪କୁ ଗଲା ଭାରତ: ନେପାଳକୁ ୧୦ ୱିକେଟରେ କଲା ପରାସ୍ତ

ଏସିଆ କପରେ ସୁପର-୪କୁ ଗଲା ଭାରତ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନେପାଳକୁ ହରାଇଛି ଭାରତ । ନେପାଳକୁ ୧୦ ୱିକେଟରେ ହରାଇ ବଜୟୀ ହୋଇଛି । ଏସିଆ କପରେ ଗ୍ରୁପ୍ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି ଭାରତ। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି।

ଏସିଆ କପରେ ସୁପର-୪କୁ ଗଲା ଭାରତ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନେପାଳକୁ ହରାଇଛି ଭାରତ । ନେପାଳକୁ ୧୦ ୱିକେଟରେ ହରାଇ ବଜୟୀ ହୋଇଛି । ଏସିଆ କପରେ ଗ୍ରୁପ୍ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି ଭାରତ। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି। ବର୍ଷାବାଧିତ ମ୍ୟାଚରେ ଭାରତ ପାଇଁ ଥିଲା ୨୩ ଓଭରରେ ୧୪୫ ରନର ବିଜୟ ଲକ୍ଷ୍ୟ । ଜବାବରେ ରୋହିତ ଶର୍ମା ଅପରାଜିତ ୭୪ ରନ୍ ଓ ଶୁବମନ ଗିଲ୍ ଅପରାଜିତ ୬୭ ରନର ଶତକୀୟ ଭାଗୀଦାରି ବଳରେ ଭାରତ ୧୭ ବଲ୍ ବାକି ଥାଇ ୧୦ ୱିକେଟରେ ବିଜୟୀ ହୋଇଥିଲା।

ମ୍ୟାଚ୍ ଜିତିବା ସହ ଗ୍ରୁପ ଏରୁ ପାକିସ୍ତାନ ପରେ ଭାରତ ସୁପର-୪ରେ ପ୍ରବେଶ କରିଛି। ନେପାଳ ପ୍ରଥମ ଦଳ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ପ୍ରଥମେ ବ୍ୟାଟିଂ କରି ନେପାଳ ୪୮.୨ ଓଭରରେ ୨୩୦ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଆସିଫ ଶେଖ ସର୍ବାଧିକ ୫୮ ରନର ଇନିଂସ ଖେଳିଥିବା ବେଳେ ସୋମପାଲ୍ କମି ୪୮ ରନ କରିଥିଲେ। ଭାରତ ପକ୍ଷରୁ ସଫଳ ବୋଲର ଭାବେ ରବୀନ୍ଦ୍ର ଜାଡ଼େଜା ୪୦ ରନ ଦେଇ ୩ଟି ସଫଲତା ହାସଲ କରିଛନ୍ତି। ମହମ୍ମଦ ସିରାଜ ୩ଟି ଓ୍ଵିକେଟ୍ ପାଇ ଥିଲେ ହେଁ ୬୧ ରନ ବ୍ୟୟ କରିଛନ୍ତି। ଏବେ ସୁପର-୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୦ ତାରିଖର ହମ୍ଵନଟୋଟାରେ ବଡ଼ ମ୍ୟାଚ୍ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.