Below header

ଏଠି ଏମିତି ହୁଏ ରୋଗୀ ସେବା : ଏକ୍ସ-ରେ ପାଇଁ ବେଡସିଟରେ ଘୋଷାଡି ନେଲେ କର୍ମଚାରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ ଯେ ମେଡିକାଲରେ ରୋଗୀ ମାନଙ୍କୁ ଅଣଦେଖା କରାଯାଇଥାଏ। ବେଳେ ମେଡିକାଲରେ ବେଡର ଅଭାବ ଯୋଗୁଁ ରୋଗୀ ତଳେ ମଧ୍ୟ ଶୋଇ ଚିକିତ୍ସିତ ହୁଅନ୍ତି। ଆହୁରି ମଧ୍ୟ ଦେଖାଯାଏ ରୋଗୀଙ୍କ ସେବାଯତ୍ନ ପାଇଁ ରହିଥିବା ହସ୍ପିଟାଲର କର୍ମଚାରୀମାନେ ସେମାନଙ୍କୁ ଅକଥନୀୟ ନିର‌୍ୟାତନା ଦେଉଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ (NSCB) ମେଡିକାଲ କଲେଜରେ।

ସୂଚନା ଅନୁଯାୟୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ଏକ୍ସ-ରେ କରାଇବା ପାଇଁ ଷ୍ଟ୍ରେଚରରେ ନ ନେଇ କର୍ମଚାରୀ ତଳେ ଘୋଷାରି ଘୋଷାରି ନେଇଥିଲେ। ଏହି ଦୃଶ୍ୟ ଏକ କ୍ୟାମେରାରେ ରେକର୍ଡ ହେବା ପରେ ଘଟଣାଟି ପଦାକୁ ଆସିଛି। ରୋଗୀ ଜଣକ ତଳେ ପଡ଼ିଥିବା ଏକ ବେଡସିଟ୍ ଉପରେ ଶୋଇଥିଲାବେଳେ କର୍ମଚାରୀ ଜଣକ ବେଡସିଟକୁ ଘୋଷାଡ଼ି ଘୋଷାଡି ନେଉଥିବା ଦେଖିବାକୁ ମିଳିଥିଲା।

ଘଟଣାଟି ସାମ୍ନାକୁ ଆସିବା ପରେ ମେଡିକାଲ କଲେଜ ଡିନ୍ ଡା. ନଭନୀତ ସକ୍ସେନା କହିଛନ୍ତି, ୩ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା. ସକସେନା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.