Below header

ମୈଦାନ ଭିତରେ ପାକ୍ – ଆଫଗାନିସ୍ତାନ ଖେଳାଳି ଆଉ ବାହାରେ ପ୍ରଶଂସକ ପିଟାପିଟି, ଭାଇରାଲ୍ ହେଉଛି ଭିଡିଓ

ମୈଦାନ ମଧ୍ୟରେ ଚାଲିଥଲା ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା । ଆଉ ପଡିଆ ବାହାରେ ହୋଇଥିଲା ପ୍ରଶଂସକଙ୍କ ମଧ୍ୟରେ ଲଢେଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଶନିବାରର ବିଶ୍ବକପ୍ ମ୍ୟାଚ୍ ସମୟରେ । ଆଫଗାନିସ୍ତାନକୁ ଅତି ରୋମାଂଚକର ଭାବରେ ପରାଜୟ କରିବା ପରେ ଷ୍ଟାଡିୟମରେ ହୋଇଯାଇଥିଲା ଦଙ୍ଗା । ଉଭୟ ଦଳର ପ୍ରଶଂସକ ହୋଇଯାଇଥିଲେ ମୁହାଁମୁହିଁ ।

ଏହି ଫାଇଟ୍ ଉଭୟ ମୈଦାନ ବାହାରେ ଏବଂ ଭିତରେ ମଧ୍ୟ ଦେଖିବାକୁ ମିଳିଥିଲା । କିଛି ଆଫଗାନିସ୍ତାନ ସମର୍ଥକ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ମାରପିଟ୍ କରିବାକୁ ମଧ୍ୟ ପଛେଇ ନଥିଲେ । ଏହି ଘଟଣାର ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଛି ଆଇଆଇସିର ସୁରକ୍ଷାକର୍ମୀ ମୈଦାନ ମଧ୍ୟରେ କିଛି ସମର୍ଥକଙ୍କୁ କାବୁ କରିଛନ୍ତି । ତେବେ ପ୍ରଶଂସକ ଏବଂ ଆଫଗାନିସ୍ତାନ ଟିମ୍ ମଧ୍ୟରେ ହୋଇଥିବା ଠେଲାପେଲାରେ ଜଣେ ଖେଳାଳିଙ୍କ ବେକରେ ଆଘାତ ମଧ୍ୟ ଲାଗିଥିଲା ।

ଅନ୍ୟପଟେ ମୈଦାନ ବାହାରେ ମଧ୍ୟ ଦୁଇ ସମର୍ଥକଙ୍କ ମଧ୍ୟରେ ହୋଇଥିଲା ଜୋରଦାର ହାତାହାତି । ପରସ୍ପରକୁ ଜବରଦସ୍ତ ପିଟିଥିଲେ ଉଭୟ ପ୍ରଶଂସକ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.