Below header

ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନାହିଁ ଚାରିଧାମର ଜଗଦଗୁରୁ ଶଙ୍କରାଚାର୍ଯ୍ୟ !

ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନାହିଁ ଚାରିଧାମର ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ଏନେଇ ୪ ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ କୌଣସି ମତ ପାର୍ଥକ୍ୟ ନାହିଁ ବୋଲି କହିଛନ୍ତି, ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ।

ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନାହିଁ ଚାରିଧାମର ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ଏନେଇ ୪ ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ କୌଣସି ମତ ପାର୍ଥକ୍ୟ ନାହିଁ ବୋଲି କହିଛନ୍ତି, ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଗସ୍ତରେ ଥିବା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମନା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କହିଛନ୍ତି ଯେ ପବିତ୍ର ମନ୍ଦିର ନିର୍ମାଣକୁ କେନ୍ଦ୍ର କରି ସରକାରଙ୍କ ଉଦ୍ୟମ କେନ୍ଦ୍ରିତ ନୁହେଁ। ଏପରିକି ଏହି ପ୍ରକଳ୍ପରେ ପାରମ୍ପରିକ ମନ୍ଦିର ନିର୍ମାଣରେ ଥିବା ପବିତ୍ରତା ଏବଂ ସମ୍ମାନର ଅଭାବ ରହିଛି। ତେବେ କାର୍ଯ୍ୟକ୍ରମ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଥିବା ଓ ଏଥିରେ ଉପସ୍ଥିତ ନହେବା ତାଙ୍କର ସିଦ୍ଧାନ୍ତ ଉପରେ ନିର୍ଭର କରୁଛି। ଯେଉଁଠାରେ ଉପଯୁକ୍ତ ସମ୍ମାନର ଅଭାବ ରହିଛି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.