ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ୧୮୧୧ କୁମ୍ଭୀର ଠାବ

ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି । ଚଳିତବର୍ଷ ଭିତରକନିକାରେ ୧୮୧୧ କୁମ୍ଭୀର ଠାବ ହୋଇଛନ୍ତି । ଗତବର୍ଷ ୧୭ ଶହ ୯୩ କୁମ୍ଭୀର ଥିଲେ ।

ରାଜନଗର : ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି । ଚଳିତବର୍ଷ ଭିତରକନିକାରେ ୧୮୧୧ କୁମ୍ଭୀର ଠାବ ହୋଇଛନ୍ତି । ଗତବର୍ଷ ୧୭ ଶହ ୯୩ କୁମ୍ଭୀର ଥିଲେ । ବର୍ଷେ ମଧ୍ୟରେ କୁମ୍ଭୀର ସଂଖ୍ୟା ଆଉ ୧୮ ବଢିଛି । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ବର୍ଷକରେ ୪ଟି କୁମ୍ଭୀରର ମୃତ୍ୟୁ ଘଟିଛି। ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭିତରକନିକାରେ କୁମ୍ଭୀର ଗଣନା ଚାଲିଥିଲା ।

୨୨ଟି ଟିମ ୫୧ଟି ୟୁନିଟରେ ବିଭକ୍ତ ହୋଇ କୁମ୍ଭୀର ଗଣନା କରିଥିଲେ। ଉଭୟ ରାତି ଓ ଦିନରେ କୁମ୍ଭୀର ଗଣନା ଚାଲିଥିଲା। ଭିତରକନିକା ରିଭର ସିଷ୍ଟମ୍, ନାଳ ଏବଂ ମହାନଦୀ ଡେଲଟା ଅଞ୍ଚଳରେ କୁମ୍ଭୀର ଗଣନା ହୋଇଥିଲା। କନିକା ବନଖଣ୍ଡରେ ସର୍ବାଧିକ ୧ହଜାର ୪୨୨ଟି କୁମ୍ଭୀର ଠାବ ହୋଇଛନ୍ତି। ଏହା ଭିତରକନିକାରେ ଥିବା ମୋଟ କୁମ୍ଭୀର ସଂଖ୍ୟାର ୭୮.୫୨ ପ୍ରତିଶତ। କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ଥିଲା ଭିତରକନିକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.