Below header

କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲା: ୧୭ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ପତ୍ନୀ

୧୭ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ତ୍ରିପାଠୀ। କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଉଭୟ ବର୍ତ୍ତମାନ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

୧୭ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ତ୍ରିପାଠୀ। କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଉଭୟ ବର୍ତ୍ତମାନ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏବେ ସେମାନଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ ଦେଇଛି ଉତ୍ତର ପ୍ରଦେଶ ଜେଲ୍‌ ପ୍ରଶାସନ ବିଭାଗ।

୨୦୦୩ରେ ମଧୁମିତା ହତ୍ୟାକାଣ୍ଡ ମାମଲାରେ ଅମରମଣି ଓ ତାଙ୍କ ପତ୍ନୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। କବୟିତ୍ରୀଙ୍କୁ ୨୦୦୩ରେ ଲକ୍ଷ୍ନୌରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଅମରମଣି ଓ ତାଙ୍କ ପତ୍ନୀଙ୍କୁ ୨୦୦୭ରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ବର୍ତ୍ତମାନ ସରକାର ଆଦେଶ ଜାରି କରି କହିଛନ୍ତି ଯେ ଉଭୟେ ୧୭ ବର୍ଷରୁ ଅଧିକ କାଳ ଧରି ଜେଲ୍‌ରେ ଅଛନ୍ତି। ଉଭୟଙ୍କର ଆଚରଣ, ବ୍ୟବହାର ଆଦି ଉତ୍ତମ ରହିଛି। ସମୟ ପୂର୍ବରୁ ଜେଲ୍‌ରୁ ମୁକ୍ତ କରିବାକୁ ନେଇ ୨୦୨୨ ମେ’ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ ମଧ୍ୟ ଅର୍ଡରରେ ଉଲ୍ଲେଖ କରାଯାଇଛି।

ସୂଚନାଥାଉ କି, ଅମରମଣି ଓ ତାଙ୍କ ପତ୍ନୀ ଗୋରଖପୁର ଜେଲ୍‌ରେ ଅଛନ୍ତି। ବଣ୍ଡ୍‌ ଭରିବା ପରେ ଖୁବ୍‌ଶୀଘ୍ର ସେମାନଙ୍କୁ ଜେଲ୍‌ରୁ ମୁକ୍ତ କରାଯିବ। କବୟିତ୍ରୀ ମଧୁମିତା ଶୁକ୍ଳାଙ୍କୁ ୨୦୦୩ ମେ’ ୯ରେ ଲକ୍ଷ୍ନୌର ପେପର୍‌ ମିଲ୍‌ କଲୋନୀରେ ଗୁଳି କରି ହତ୍ୟା କରାଯାଇଥିଲା। ସିବିଆଇ ଏହି ମାମଲାର ତଦନ୍ତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.