ଯାଜପୁର: ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ

ଯାଜପୁର ରୋଡ଼ ଥାନା ବ୍ୟାସ ସରୋବର ପୀଠରେ ଅଘଟଣ। ବିଦ୍ୟୁତ ଆଘାତରେ ୨ଶ୍ରମିକ ମୃତ।

ଯାଜପୁର (କେନ୍ୟୁଜ): ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ । ଯାଜପୁର ରୋଡ଼ ଥାନା ବ୍ୟାସ ସରୋବର ପୀଠରେ ଅଘଟଣ। ଫେବ୍ରିକେସନ୍ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ସୂଚନା। ମୃତ ଶ୍ରମିକ ୨ ଜଣ ପଶ୍ଚିମବଙ୍ଗ ମାଲଦା ଥାନା ଅଞ୍ଚଳର ଇନ୍ଦ୍ରଜିତ ମଣ୍ଡଳ ଓ ରେଜାବୁଲ୍ ଶେଖ ବୋଲି ଜଣାପଡିଛି।

କ୍ରିଷ୍ଣା ବିଲଡର ସଂସ୍ଥା ଅଧିନରେ ଏହି ଶ୍ରମିକମାନେ କାର୍ଯ୍ୟ କରୂଥିଲେ। କଟର ମେସିନ ସହାୟତାରେ ଲୁହାଛଡ କାଟୁଥିବା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ତୁରନ୍ତ ସେମାନଙ୍କୁ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.